ମନିପର୍ସରୁ ମର୍ଡର

ବାରିପଦା (ବଡ଼ ଖବର ବ୍ୟୁରୋ): ସାମାନ୍ୟ ମନିପର୍ସ ପାଇଁ ଏତେ ବଡ଼ କାଣ୍ଡ । ପ୍ରଥମେ ଯୁକ୍ତିତର୍କ । ପରେ ବୀଭତ୍ସ ହତ୍ୟା । ଘଟଣାଟି ହେଉଛି ବାରିପଦାର । ଘଟଣା ଥିଲା କିଛି ଏଭଳି । ସୁନଗଡ଼ିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ ମନିପର୍ସ ପାଇଥିଲେ। ସେଥିରେ ୫୫୦ ଟଙ୍କା। କିନ୍ତୁ ଏହି ପର୍ସ ନିଜର ବୋଲି କିଛି ଯୁବକ ଦାବି କରିଥିଲେ। ଯୁବକମାନେ ଦାବି କରିଥିଲେ ଯେ ପର୍ସଟିରେ ୧୩୫୦ ଟଙ୍କା ଥିଲା। ରାମଚନ୍ଦ୍ର ମୁଖି ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ପର୍ସରେ ୫୫୦ ଟଙ୍କା ଥିଲା।

ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏମିତିକି ମାରପିଟ ମଧ୍ୟ ହୋଇଥିଲେ। ଏହା ପରେ ଉକ୍ତ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ତେବେ ସନ୍ଧ୍ୟା ବେଳେ ରାମଚନ୍ଦ୍ର ମୁଖି ଘରକୁ ଫେରୁଥିବା ବେଳେ ମନିପର୍ସ ନେଇଥିବା ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା।

ଗଣ୍ଡଗୋଳ ଉଗ୍ର ରୂପ ନେଇ ରାମଚନ୍ଦ୍ର ମୁଖୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ। ପୋଲିସ ସହିତ ଠେଲା ପେଲା ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ହତ୍ୟାରେ ସଂପୃକ୍ତ ଅଭିଯୋଗରେ କିଛି ଯୁବକଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ