ମନିପର୍ସରୁ ହତ୍ୟା ଘଟଣା, ନ୍ୟାୟ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ

ବାରିପଦା(ବଡ଼ ଖବର ବ୍ୟୁରୋ): ମନିପର୍ସରେ ଥିବା କିଛି ଟଙ୍କା ପାଇଁ ଗତକାଲି ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣରୁ ହତ୍ୟା ଘଟଣା । ନ୍ୟାୟ ଦାବିରେ ରାସ୍ତାରୋକ କଲେ ପରିବାର ଲୋକେ । ବାରିପଦା ଟାଉନ ଥାନା ସମ୍ମୁଖରେ ଟାୟାର ଜାଳି କଲେ ରାସ୍ତା ରୋକ। ଗତକାଲି ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବାର ଅଭିଯୋଗ ଆଣିଥିଲେ ପରିବାର ଲୋକ । ଗତକାଲି ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୂନଗଡ଼ିଆ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା ।

ଏଥିରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରିଥିଲେ ବିପକ୍ଷ ଦଳ । ତେବେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଖବର ଦିଆଯାଇଥିଲେ ବି ପୋଲିସ ଘଟଣାସ୍ଥଳରେ ଠିକ ସମୟରେ ପହଞ୍ଚି ନଥିଲା । ଗତକାଲି ସଂଧ୍ୟାରେ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ଥାନା ଆଗରେ ବିକ୍ଷୋଭ ହୋଇଥିଲା । ଏପରିକି ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ବି ପ୍ରତିବାଦ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ