ସାଂସଦଙ୍କ ହାଣ୍ଡିଆ ବାର୍ତ୍ତା

ପାଲଲହଡ଼ା, (ବଡ଼ ଖବର ବ୍ୟୁରୋ): ଅକ୍ଟୋବର ୨୩ରେ ଢେଙ୍କାନାଳ ସାଂସଦ ମହେଶ ସାହୁ ପାଲଲହଡ଼ ବ୍ଲକ ପେଣ୍ଡରାଵସାସ୍ଥିତ ନିଜ ଵାସଭବନରେ ସ୍ଥାନୀୟ ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଥିଲେ। ୨୨କେଜି ଓଜନର ଖାଦ୍ୟ ସାମଗ୍ରୀ ଥିଲା । ଖାଦ୍ୟ ପୁଡ଼ିଆ ୩ମାସ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ପୁଡ଼ିଆ ତୁଳନାରେ ଲୋକଙ୍କ ସଂଖ୍ୟା ଅଧିକ ଥିଲା । ଫେରିଯାଇଥିବା ଲୋକଙ୍କୁ ଆସନ୍ତା ୩୦ରେ ପୁଡ଼ିଆ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ । ଲୋକେ ପାଇଥିବା ପୁଡ଼ିଆ ଭିତରେ ଥିବା ଚାଉଳ ଏବଂ ଚୁଡ଼ା ଵିଣ୍ଡା ହୋଇଯାଇଥିଲା । ଲୋକେ ଏନେଇ ସାଂସଦଙ୍କୁ ଜଣାଇଥିଲେ । ଖରାପ ଚାଉଳରୁ କିପରି ହାଣ୍ଡିଆ ବନାହେବ ସେ ସମ୍ପର୍କରେ ବୁଝାଇଥିଲେ ମହେଶ । ହାଣ୍ଡିଆ ଜ୍ଞାନ ଦେଉଥିବା ସମୟର ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ପଛୁଆ ଇଲାକାର ଲୋକଙ୍କୁ ସାଂସଦ ଉପହାସ କରୁଥିବା ନେଇ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’