Masthead

‘ଚେଞ୍ଜ କର ପାରାଦୀପ ବିଧାୟକ ପ୍ରାର୍ଥୀ’

ପାରାଦୀପ (ବଡ଼ ଖବର ବ୍ୟୁରୋ): ଚେଞ୍ଜ କର ପାରାଦୀପ ବିଧାୟକ ପ୍ରାର୍ଥୀ । ଆଉ ଯାହାକୁ ଦେଲେ ଆମେ ଅକୁଣ୍ଠାରେ ସମର୍ଥନ କରିବୁ ଏବଂ ବିଜେଡି ପ୍ରାର୍ଥୀ ଗତ ନିର୍ବାଚନ ଠାରୁ ଅଧିକ ଭୋଟରେ ବିଜୟୀ ହେବେ। ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଏକାଠି ହୋଇ ଏଭଳି ରଣହୁଂକାର ଦେଇଛନ୍ତି ବିଜେଡିର ସକ୍ରିୟ କର୍ମୀ । ବିଶାଳ ସମାବେଶ କରି ବିଧାୟକଙ୍କୁ ଖୋଲା ଚାଲେଞ୍ଜ କରିଛନ୍ତି କର୍ମୀ।

କୁଜଙ୍ଗର ଏକ ମଣ୍ଡପରେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦର ବିଭିନ୍ନ ଓ୍ବାର୍ଡରେ ବିଜେଡିର ନେତୃତ୍ବ ନେଉଥିବା ଆଗଧାଡିର ପାଖାପାଖି ୩ ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ ଏହି ସମାବେଶରେ । ବିଗତ ୫ ବର୍ଷରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ କାର୍ଯ୍ୟକଳାପ ଓ ନିର୍ବାଚନ ମଣ୍ଡଳୀରେ ନିଷ୍କ୍ରିୟତାକୁ ନେଇ ବିଷୋଦଗାର କରିଥିଲେ କର୍ମୀ। କୁଜଙ୍ଗ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ଓ କୁଜଙ୍ଗ ବିଜେଡି ଦଳର ଟାଣୁଆ ନେତା ତପନ ସାମନ୍ତରାୟଙ୍କ ନେତୃତ୍ବରେ ଆୟୋଜିତ ଏହି ସମାବେଶରେ ଶ୍ରମିକ ନେତା ଗୋଲେଖ ନାୟକ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ବହୁ ସରପଞ୍ଚ ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ।

ଏଥିରେ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିଜେଡି ସରକାର ସମୟରେ ଓଡ଼ିଶାର ବିକାଶ ସମ୍ପର୍କିତ ଆଲୋଚନା କରାଯାଇଥିବା ବେଳେ ବିଧାୟକଙ୍କୁ ଘୋର ବିରୋଧ କରାଯାଇଛି। ସମ୍ବିତଙ୍କୁ ଛାଡି ଆଉ ଯାହାକୁ ଟିକେଟ ଦେଲେ ଆମେ ଏହାକୁ ସ୍ୱୀକାର କରିବୁ । ନଚେତ ଆଗାମୀ ଦିନରେ ଆମେ ଆନ୍ୟବାଟ ଦେଖିବୁ ବୋଲି ଖୋଲାଖୋଲି ଭାବେ କହିଛନ୍ତି କର୍ମୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼