Masthead

ସମ୍ବିତ ରାଉତରାୟଙ୍କ ବିରୋଧ, ଅଭିଯୋଗକୁ ଖଣ୍ଡନ କଲେ ସମର୍ଥକ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଗୋଟି ଚାଳନା ଆରମ୍ଭ ହୋଇଛି। ସୋମବାର ଦଳୀୟ କର୍ମୀ ଏକ ମଣ୍ଡପ ରେ କର୍ମୀ ସମ୍ମିଳନୀ କରି ବିଧାୟକ ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରିଥିଲେ। ଏପରିକି ଗତ ୫ ବର୍ଷ ହେଲା ବିଧାୟକ ଦଳୀୟ କର୍ମୀଙ୍କୁ ଅଣଦେଖା କରିବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶକୁ ମଧ୍ୟ ଅଣଦେଖା କରିଥିବା ଅଭିଯୋଗ କରିଥିଲେ। ଯାହାକୁ ବିରୋଧ କରିଛନ୍ତି ବିଧାୟକଙ୍କ ସମର୍ଥକ । ଯେଉଁମାନେ କର୍ମୀ ସମ୍ମିଳନୀ କରିଥିଲେ ସେମାନେ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।

କୁଜଙ୍ଗ ବ୍ଲକ ବିଜେଡି ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ସୁଢଳ ସ୍ବାଇଁ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ , ବିଜେଡ଼ି ବ୍ଲକ ଯୁବ ସଭାପତିଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିର୍ବାଚନ ମଣ୍ଡଳୀରେ ଦଳ ଏକାଠି ଅଛି । ସମସ୍ତେ ଏକାଠି ହୋଇ ଦଳୀୟ କାର୍ଯ୍ୟକ୍ରମରେ ସହଯୋଗ କରିବେ। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା