Masthead

ଦିଲ୍ଲୀ ଗସ୍ତରେ ବିଜେପି ନେତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ । ସମସ୍ତ କୋର କମିଟି ସଦସ୍ୟ ବୈଠକରେ ହେବେ ଉପସ୍ଥିତ । ରାଜ୍ୟ ନେତାଙ୍କ ସହ କେନ୍ଦ୍ର ବିଜେପି ନେତାଙ୍କ ବୈଠକ । ଅଚାନକ ଦିଲ୍ଲୀ ଡାକରା ନେଇ ବଢ଼ିଲା ସସପେନ୍ସ । କାଲି ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ଆଜି ରାଜ୍ୟ ନେତା ବାହାରିଲେ ଦିଲ୍ଲୀ । ନିର୍ବାଚନ ସମ୍ପର୍କରେ ଆଜି ହେବ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ଓଡ଼ିଶାରେ କେମିତି ଲଢେଇ ହେବ ସେନେଇ ରାଜ୍ୟ ନେତୃତ୍ୱଙ୍କ ସହ ହେବ ଆଲୋଚନା ।

ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିବେ ଦଳର ଶୀର୍ଷ ନେତୃତ୍ୱ । ସନ୍ଧ୍ୟା ୫ଟାରେ ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିବେ କେନ୍ଦ୍ରୀୟ ନେତୃତ୍ୱ । ୨୦୨୪ ନିର୍ବାଚନ ବିଜେପି ଏକାକୀ ଲଢିବ ବୋଲି ସଭାପତି ମନମୋହନ ସାମଲ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ବିଜେଡି ସହ କୌଣସି ମେଣ୍ଟ ହେବନି ବୋଲି ମନମୋହନ କହିଛନ୍ତି ।

ସେପଟେ ନବୀନ ନିବାସରୁ ବିଜେଡିର ବରିଷ୍ଠ ନେତୃତ୍ୱଙ୍କୁ ଗଲା ଡାକରା । ଯେଉଁଠି ଅଛ ତୁରନ୍ତ ଆସି ପହଞ୍ଚିବାକୁ ନିର୍ଦ୍ଦେଶ । ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା