Masthead

ଆଜି ଆସିପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଲିଷ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ୪୦ ଜଣିଆ ପ୍ରାର୍ଥୀ ତାଲିକା ଗୁରୁବାର ଚୂଡ଼ାନ୍ତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ କେରଳର ଓ୍ବାୟନାଡ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଗତକାଲି ଦିଲ୍ଲୀ ମୁଖ୍ୟାଳୟରେ ବସିଥିଲା ଦଳର ପ୍ରଥମ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସଂପର୍କରେ ବୈଠକରେ ମାନସମନ୍ଥନ କରିଥିଲେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ମହାସଚିବ କେ.ସି ବେଣୁଗୋପାଳ ଓ ଅନ୍ୟ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ। ବିଜେପି ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ, କଂଗ୍ରେସ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଦଳୀୟ ନେତା। ସେପଟେ ଚୂଡ଼ାନ୍ତ ହୋଇଥିବା ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପୂବର୍ତନ ମନ୍ତ୍ରୀ ତମରାଧ୍ୱଜ ସାହୁ, କଂଗ୍ରେସ ସାଧାରଣ ସମ୍ପାଦକ(ସଂଗଠନ) କେ.ସି. ବେଣୁଗୋପାଳ ପ୍ରମୁଖ ରହିଛନ୍ତି।

କେରଳରେ କଂଗ୍ରେସ ୧୬ଟି ଆସନରେ ଲଢ଼ିବାକୁ ଥିବାବେଳେ ଅନ୍ୟ ୪ ଆସନରେ ସହଯୋଗୀ ଦଳ ଲଢ଼ିବେ ବୋଲି ବିଧାୟକ ଦଳ ନେତା ଭି.ଡି. ସାଥିସାନ୍‌ କହିଛନ୍ତି। ୧୬ ପ୍ରାର୍ଥୀଙ୍କ ନାମ ଶୁକ୍ରବାର ଏଆଇସିସି ଘୋଷଣା କରିବ। ଦିଲ୍ଳୀର ୩ ଆସନରେ କଂଗ୍ରେସ ପ୍ରାର୍ଥୀ ଦେବାକୁ ଥିବାବେଳେ ଏହା ଉପରେ ଆଲୋଚନା ହୋଇଥିଲା। ୧୧ ତାରିଖରେ ପୁଣିଥରେ ବିଚାରବିମର୍ଶ ପରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ