Masthead

ମହାଦେବଙ୍କ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୧୪ ଶିଶୁ ଗୁରୁତର

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ଶିବରାତ୍ରି ଉତ୍ସବ ବେଳେ ରାଜସ୍ଥାନର କୋଟାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଶିବଙ୍କ ବରଯାତ୍ରୀ ବାହାରିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାୟ ୧୪ ଜଣ ପିଲା ପୋଡ଼ି ହୋଇ ଯାଇଛନ୍ତି । ଲୋକମାନେ ତୁରନ୍ତ ପିଲାମାନଙ୍କୁ ଧରି ହସ୍ପିଟାଲ ଆଡ଼କୁ ଦୌଡ଼ିଥିଲେ । ଆହତ ସମସ୍ତ ପିଲାଙ୍କୁ ଚିକିତ୍ସା ପାଇଁ ଏମ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେମାନଙ୍କୁ ଭେଟିବା ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର ମଧ୍ୟ ପହଞ୍ଚିଛନ୍ତି । କୋଟାର ଏସ୍‌ପି (ସିଟି) ଅମୃତା ଧଓ୍ଵନ କହିଛନ୍ତି ଯେ ମଧ୍ୟାହ୍ନ ପାଖାପାଖି ୧୨ଟା ବେଳେ ଏହି ଘଟଣା ଘଟିଥିଲା । କିଛି ଲୋକ କଳସରେ ପାଣି ଭରିବା ପାଇଁ ଏକତ୍ରିତ ହୋଇଥିଲେ । ଏହି ଗୋଷ୍ଠୀରେ ୨୦ରୁ ୨୫ ଜଣ ପିଲାଙ୍କ ସହ ମହିଳା ଏବଂ ପୁରୁଷ ସାମିଲ ଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ପିଲା ହାତରେ ୨୦-୨୨ ଫୁଟ୍‌ ଲମ୍ବାର ଲୁହା ପାଇପ୍‌ ଥିଲା, ଯାହାକି, ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାରରେ ମାଡ଼ ହୋଇଯାଇଥିଲା । ଫଳରେ ଏଥିରୁ କରେଣ୍ଟ୍‌ ଚାରିଆଡ଼େ ବ୍ୟାପି ଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ପିଲାମାନେ ମଧ୍ୟ କରେଣ୍ଟ୍‌ ସଂସ୍ପର୍ଶରେ ଆସି ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି