Masthead

ଦାବି ପୂରଣ ନହଲେ ଆମରଣ ଅନଶନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ଦାବି ପୂରଣ ନହଲେ ଆମରଣ ଅନଶନ ସହିତ ବ୍ଲକ ଘେରାଉ କରିବାକୁ ଧମକ । ସୂଚନା ମୁତାବକ ନାଉଗାଁ ବ୍ଲକ ଅଧିନସ୍ଥ କୋରୁଅ ପଞ୍ଚାୟତରେ ଥିବା ପ୍ରାଣକୃଷ୍ଣ ଉପ୍ରା ବିଦ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ନୂତନ ଗୃହ ନିର୍ମାଣ ଅନୁଦାନ କୁ ବିରୋଧ କରିଛନ୍ତି ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ।

ଏହି ବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ପାଇଁ ସ୍ଥାନ ସଙ୍କୀର୍ଣ୍ଣ ରହିଥିବା ବେଳେ ବିଦ୍ୟାଳୟ ସମ୍ମୁଖରେ ଏକ ବିରାଟ ହଲ୍ ରହିଛି। ଯେଉଁଠି କି ପିଲାଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଓ ମଧ୍ୟାହ୍ନ ଭୋଜନ ରୋଷେଇ ସହିତ ପିଲାମାନେ ଖାଇବା ପିଇବା ସେହି ହଲରେ କରିଥାନ୍ତି। କିନ୍ତୁ ସେହି ଘର ସମ୍ମୁଖରେ ଆଉ ଏକ ନୂତନ ଘର କରିବା କେତେଦୂର ଠିକ୍ ତାହା ଗ୍ରାମବାସୀମାନେ ସିଧାସଳଖ ଭାବରେ କହିଛନ୍ତି।

ଏହି ଘର ହେଲେ ବିଦ୍ୟାଳୟରେ ଥିବା ଖେଳ ପଡ଼ିଆଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ। ତେଣୁ ଜାଗା ନଥିବାରୁ ଏହି କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ନଚେତ୍ ଅନ୍ୟ ସ୍ଥାନରେ କରାଯିବା ପାଇଁ ଦାବି କରାଯାଉଛି । ଏହି କାର୍ଯ୍ୟକୁ ବିରୋଧ କରାଯାଇ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି । ଯଦି ଆଗାମୀ ଦିନରେ ଏହି ଦାବିକୁ ବ୍ଲକ ପ୍ରଶାସନ ଦୃଷ୍ଟି ଗୋଚର ନକରନ୍ତି ତେବେ ଆନ୍ଦୋଳନ ଜୋର ଧରିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା