ଦାବି ପୂରଣ ନହଲେ ଆମରଣ ଅନଶନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ଦାବି ପୂରଣ ନହଲେ ଆମରଣ ଅନଶନ ସହିତ ବ୍ଲକ ଘେରାଉ କରିବାକୁ ଧମକ । ସୂଚନା ମୁତାବକ ନାଉଗାଁ ବ୍ଲକ ଅଧିନସ୍ଥ କୋରୁଅ ପଞ୍ଚାୟତରେ ଥିବା ପ୍ରାଣକୃଷ୍ଣ ଉପ୍ରା ବିଦ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ନୂତନ ଗୃହ ନିର୍ମାଣ ଅନୁଦାନ କୁ ବିରୋଧ କରିଛନ୍ତି ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ।

ଏହି ବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ପାଇଁ ସ୍ଥାନ ସଙ୍କୀର୍ଣ୍ଣ ରହିଥିବା ବେଳେ ବିଦ୍ୟାଳୟ ସମ୍ମୁଖରେ ଏକ ବିରାଟ ହଲ୍ ରହିଛି। ଯେଉଁଠି କି ପିଲାଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଓ ମଧ୍ୟାହ୍ନ ଭୋଜନ ରୋଷେଇ ସହିତ ପିଲାମାନେ ଖାଇବା ପିଇବା ସେହି ହଲରେ କରିଥାନ୍ତି। କିନ୍ତୁ ସେହି ଘର ସମ୍ମୁଖରେ ଆଉ ଏକ ନୂତନ ଘର କରିବା କେତେଦୂର ଠିକ୍ ତାହା ଗ୍ରାମବାସୀମାନେ ସିଧାସଳଖ ଭାବରେ କହିଛନ୍ତି।

ଏହି ଘର ହେଲେ ବିଦ୍ୟାଳୟରେ ଥିବା ଖେଳ ପଡ଼ିଆଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ। ତେଣୁ ଜାଗା ନଥିବାରୁ ଏହି କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ନଚେତ୍ ଅନ୍ୟ ସ୍ଥାନରେ କରାଯିବା ପାଇଁ ଦାବି କରାଯାଉଛି । ଏହି କାର୍ଯ୍ୟକୁ ବିରୋଧ କରାଯାଇ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି । ଯଦି ଆଗାମୀ ଦିନରେ ଏହି ଦାବିକୁ ବ୍ଲକ ପ୍ରଶାସନ ଦୃଷ୍ଟି ଗୋଚର ନକରନ୍ତି ତେବେ ଆନ୍ଦୋଳନ ଜୋର ଧରିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ