Masthead

ଶୋଭନୀୟ ଆନ୍ଦୋଳନର ନିୟନ୍ତ୍ରିକା ରୁକ୍ମଣୀ ଦେବୀ ଆଉ ନାହାନ୍ତି

କଟକ, (ବଡ଼ ଖବର ବ୍ୟୁରୋ): ଶୋଭନୀୟ ଆନ୍ଦୋଳନର ନିୟନ୍ତ୍ରିକା ତଥା କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧକ୍ଷା ରୁକ୍ମଣୀ ଦେବୀ ଆଉ ନହାନ୍ତି । ୭୩ବର୍ଷ ବୟସରେ କଟକ ବିଡ଼ାନାସୀ ସ୍ଥିତ ଶୋଭନୀୟ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି । ୧୯୪୭ରେ ଭଦ୍ରକ ଜିଲ୍ଲା ଅଗରପଡ଼ାରେ ଜନ୍ମ ଗ୍ରହଣ କରିଥିଲେ ରୁକ୍ମଣୀ । ସରକାରୀ ଚାକିରି ଛାଡ଼ି ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠାତା କୁମାର ଭାଇଙ୍କ ପ୍ରଥମ ଅନୁଗତ ଭାବେ ଯୋଗଦେଇଥିଲେ । ଗତ ସପ୍ତାହକ ତଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କଟକ ବିଡ଼ାନାସୀ ଆଶ୍ରମ ନିଆଯାଇ ସେଠାରେ ଚିକିତ୍ସା କରାଯାଉଥିଲା । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ଶୋଭନୀୟ ଆନ୍ଦୋଳନ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ