Masthead

୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ଆଜି ଉପନିର୍ବାଚନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟର ୬ଟି ବ୍ଲକରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ୨୪ ପଟ୍ଟ ପରିବର୍ତ୍ତନ ପରେ ପୁଣି ନିର୍ବାଚନ ମୈଦାନରେ ମୁହାଁମୁହିଁ ହେଉଛନ୍ତି ବିଜେପି-ବିଜେଡି। ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ। ସବୁଠି ଛକାପଞ୍ଝା ସ୍ଥିତି ଲାଗି ରହିଥିବା ବେଳେ ଏସବୁ ସିଟ୍ ହାତେଇବାକୁ ରଣକୌଶଳ ଆରମ୍ଭ କରି ଦେଇଛନ୍ତି ବିଜେପି ଆଉ ବିଜେଡି।

ପଞ୍ଚାୟତ ସମିତି ଉପନିର୍ବାଚନରେ ଆଜି ହେବ ବଳ କଷାକଷି। ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ଥରେ ଆଜି ମୈଦାନରେ ମୁହାଁମହିଁ ହେବେ ବିଜେପି- ବିଜେଡି। ଏହା ବିଜେଡି ପାଇଁ ଅଗ୍ନି ପରୀକ୍ଷା ହୋଇଥିବା ବେଳେ ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ୫ଟି ବ୍ଲକ ଅଧ୍ୟକ୍ଷ ଆଉ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଖଲ୍ଲିକୋଟ, ରାଇଘର ଓ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ସେହିପରି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ପଡ଼ିବ।

ସାଧାରଣ ନିର୍ବାଚନ ପରେ ଏବେ ପୁଣି ଉଷ୍ମ ହୋଇଛି ଗାଁ ରାଜନୀତି। ବିଜେଡି-ବିଜେପି ମଧ୍ୟରେ ଏହି ପଞ୍ଚାୟତ ସମିତି ଦଖଲ କରିବାକୁ ଆରମ୍ଭ ହୋଇଛି ଛକାପଞ୍ଝା। ସେହିଭଳି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କୋର୍ଟରେ ମାମଲା ପହଞ୍ଚିଥିଲା। ଯାହାର ଶୁଣାଣି କରି କୁକୁଡାଖଣ୍ଡି, ନର୍ଲା, କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ତେବେ ଆଜି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ଭୋଟ ପଡ଼ିବ। ତେଣୁ ପଞ୍ଚାୟତ ସମିତି ଦଖଲ ପାଇଁ ୩ ଦଳ କସରତ ଚଳାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼