Masthead

ଆଜି ପ୍ଲେ ଅଫକୁ ଯାଇପାରିବ କି ଦିଲ୍ଲୀ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ତ୍ରୟୋଦଶ ସିଜନର ୪୭ତମ ମ୍ୟାଚରେ ମୁହାଁମୁହିଁ ହେବେ ସନ ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଡେଭିଡ୍ ୱାର୍ଣ୍ଣରଙ୍କୁ ଟକ୍କର ଦେବେ ଶ୍ରେୟାସ ଆୟର । ଆଜି ଉଭୟ ଦଳ ସେମାନଙ୍କ ଦ୍ୱାଦଶ ମ୍ୟାଚ ଦୁବାଇରେ ଖେଳିବେ । ହାଇଦ୍ରାବାଦ ୧୧ଟି ମ୍ୟାଚରୁ ୪ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବାବେଳେ ଦିଲ୍ଲୀ ୧୧ ମ୍ୟାଚରୁ ୭ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଇପିଏଲ ଇତିହାସରେ ଉଭୟ ଦଳ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ଦିଲ୍ଲୀ ୬ଥର ଓ ହାଇଦ୍ରାବାଦ ୧୦ଥର ବାଜି ମାରିଛି । ଦିଲ୍ଲୀ ତା’ର ପୂର୍ବ ଦୁଇ ମ୍ୟାଚରେ ପରାଜୟ ବରଣ କରିଛି । ଆଜିର ମ୍ୟାଚକୁ ଜିତି ପ୍ରଥମ ଦଳ ଭାବରେ ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ । ସେହପରି ହାଇଦ୍ରାବାଦକୁ ପ୍ଲେ ଅଫ ରେସରେ ରହିବାକୁ ହେଲେ ଅବଶିଷ୍ଟ ସମସ୍ତ ମ୍ୟାଚ ଜିତିବାକୁ ପଡ଼ିବ । ଜିତିବା ସହ ନିଜ ରନ ରେଟ ମଧ୍ୟ ବଢ଼ାଇବାକୁ ପଡ଼ିବ । ଚଳିତ ସିଜନରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀକୁ ୧୫ ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚ ଜିତି ଗତ ମ୍ୟାଚର ପ୍ରତିଶୋଧ ନେବା ସହ ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ