Masthead

ଅଚଳ ଅବସ୍ଥାରେ ଏସସିବିର ସିଟି ସ୍କାନ ମେସିନ

କଟକ (ବଡ଼ ଖବର ବ୍ୟୁରୋ): ଅଚଳ ହୋଇ ପଡିଛି ଏସସିବି ମେଡିକାଲର ସିଟି ସ୍କାନ ମେସିନ୍ । ଏହା ହେଉଛି ଏସସିବି ମେଡିକାଲର ବାସ୍ତବ ରୂପ । ଓଡ଼ିଶାର ବିଶ୍ୱ ସ୍ତରୀୟ କଟକ ବଡ଼ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା କେବଳ ସରକାରୀ କାଗଜ ଓ କଲମରେ ସୀମିତ ହୋଇ ରହି ଯାଇଛି । ବିଶ୍ୱ ସ୍ତରୀୟ ହେବାକୁ ଥିବା ଏସସିବି ମେଡିକାଲକୁ ଦୈନିକ ଲକ୍ଷାଧିକ ଲୋକ ଚିକିତ୍ସା ପାଇଁ ଆସନ୍ତି ।

ମେଡିକାଲରେ ସିଟି ସ୍କାନ ପାଇଁ ଦୁଇଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। କ୍ୟାଜୁଆଲିଟି ଓ ଟ୍ରମା କେୟାର ରୋଗୀଙ୍କ ପାଇଁ କ୍ୟାଜୁଆଲିଟି ସମ୍ମୁଖରେ ଓ ଅନ୍ୟ ରୋଗୀମାନଙ୍କ ପାଇଁ ରଞ୍ଜନ ରଶ୍ମି ବିଭାଗରେ । ମାତ୍ର ରଞ୍ଜନ ରଶ୍ମୀ ବିଭଗର ସିଟି ସ୍କାନ ମେସିନ୍ ୧ସପ୍ତାହ ହେବ ଖରାପ ହୋଇ ଥିବା ବେଳେ ଗୋଟିଏ ମେସିନରେ ପରୀକ୍ଷା ଚାଲିଛି । ସମସ୍ତ ରୋଗୀ ଗୋଟିଏ ସ୍ଥାନକୁ ପରୀକ୍ଷା ପାଇଁ ଆସୁଥିବା ବେଳେ, ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ରୋଗୀ ଓ ତାଙ୍କ ପରିଜନମାନେ ଲାଇନରେ ଛିଡା ହୋଇ ଅପେକ୍ଷା କରିବାକୁ ପଡୁଛି । ମେଡିକାଲର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ନିୟମିତ ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା