Masthead

ଅଚଳ ଅବସ୍ଥାରେ ଏସସିବିର ସିଟି ସ୍କାନ ମେସିନ

କଟକ (ବଡ଼ ଖବର ବ୍ୟୁରୋ): ଅଚଳ ହୋଇ ପଡିଛି ଏସସିବି ମେଡିକାଲର ସିଟି ସ୍କାନ ମେସିନ୍ । ଏହା ହେଉଛି ଏସସିବି ମେଡିକାଲର ବାସ୍ତବ ରୂପ । ଓଡ଼ିଶାର ବିଶ୍ୱ ସ୍ତରୀୟ କଟକ ବଡ଼ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା କେବଳ ସରକାରୀ କାଗଜ ଓ କଲମରେ ସୀମିତ ହୋଇ ରହି ଯାଇଛି । ବିଶ୍ୱ ସ୍ତରୀୟ ହେବାକୁ ଥିବା ଏସସିବି ମେଡିକାଲକୁ ଦୈନିକ ଲକ୍ଷାଧିକ ଲୋକ ଚିକିତ୍ସା ପାଇଁ ଆସନ୍ତି ।

ମେଡିକାଲରେ ସିଟି ସ୍କାନ ପାଇଁ ଦୁଇଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। କ୍ୟାଜୁଆଲିଟି ଓ ଟ୍ରମା କେୟାର ରୋଗୀଙ୍କ ପାଇଁ କ୍ୟାଜୁଆଲିଟି ସମ୍ମୁଖରେ ଓ ଅନ୍ୟ ରୋଗୀମାନଙ୍କ ପାଇଁ ରଞ୍ଜନ ରଶ୍ମି ବିଭାଗରେ । ମାତ୍ର ରଞ୍ଜନ ରଶ୍ମୀ ବିଭଗର ସିଟି ସ୍କାନ ମେସିନ୍ ୧ସପ୍ତାହ ହେବ ଖରାପ ହୋଇ ଥିବା ବେଳେ ଗୋଟିଏ ମେସିନରେ ପରୀକ୍ଷା ଚାଲିଛି । ସମସ୍ତ ରୋଗୀ ଗୋଟିଏ ସ୍ଥାନକୁ ପରୀକ୍ଷା ପାଇଁ ଆସୁଥିବା ବେଳେ, ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ରୋଗୀ ଓ ତାଙ୍କ ପରିଜନମାନେ ଲାଇନରେ ଛିଡା ହୋଇ ଅପେକ୍ଷା କରିବାକୁ ପଡୁଛି । ମେଡିକାଲର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ନିୟମିତ ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି