Masthead

ଛତିଶଗଡ଼ରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ରାଇଘର (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ରେ ଏନକାଉଣ୍ଟର ଜଣେ ନକ୍ସଲ ମୃତ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ର କାଙ୍କେର ଡିଆର୍ଜି ଏବଂ ବିଏସଏଫର ମିଳିତ ଅପରେସନରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିବା ଜଣାପଡିଛି । କାଙ୍କେର୍ ଜିଲ୍ଲା ଅନ୍ତର୍ଗତ କୋଏଲିବେଡ଼ା ଥାନା ଚିଲପାରାସ୍ କ୍ୟାମ୍ପରୁ ଉଭୟ ଟିମ୍ ସର୍ଚ ଅପରେସନରେ ବାହାରି ଥିଲେ । ଅପରେସନ ସମୟରେ ପୋଲିସ ଫୋର୍ସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ଜଣେ ୟୁନିଫର୍ମ ନକ୍ସଲାଇଟର ମୃତ୍ୟୁ ଘଟିଥିଲା । ଏଥିସହିତ ତା ନିକଟରୁ ଏସ୍ଟି ଷ୍ଟେନ୍ ଗନ୍ ଓ କିଛି ବିସ୍ଫୋରକ ସାମଗ୍ରୀ୍ୱ ମଧ୍ୟ ଜବତ କରାଯାଇଛି । ପୋଲିସ ଫୋର୍ସ, ବିଏସ୍ଏଫ୍ ଓ ଡିଆରଜି ଦ୍ୱାରା ଆଖପାଖ ଅଞ୍ଚଳରେ ଅପରେସନ୍ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ