Masthead

ପୁଇଁତଳାରେ ବିଜେପି ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ସଜବାଜ । ବଲାଙ୍ଗିର ଜିଲ୍ଲା ପୁଇଁତଳାରେ ବିଜେପି ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ସାଂସଦ ସଂଗୀତା କୁମାରୀ ସିଂହଦେଓ ସାମିଲ ହୋଇଥିଲେ । କରୋନା ମହାମାରୀ ସତ୍ତ୍ୱେ ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାର ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି । ହେଲେ ଏହି ବିକାଶ ଧାରା ଆଗକୁ ବଢାଇବାକୁ ହେଲେ କେନ୍ଦ୍ରରେ ମୋଦି ସରକାରଙ୍କ ହାତମୁଠାକୁ ଟାଣ କରିବାକୁ ପଡିବ ।

ଏଥିସହ କେନ୍ଦ୍ର ଓ ରାଜ୍ୟରେ ଡବଳ ଇଞ୍ଜିନ୍ ସରକାର ହେଲେ ରାଜ୍ୟ ତଥା ଜିଲ୍ଲାର ସାମଗ୍ରିକ ବିକାଶ ହୋଇପାରିବ । ତେବେ ନିର୍ବାଚନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ସବୁବେଳେ ବିଜେପିକୁ ଲିଡ ଦେଇ ଆସିଛି । କିନ୍ତୁ ଏଥର କର୍ମକର୍ତ୍ତାଙ୍କ ମନୋବଳ ସୁଦୃଢ ଥିବାରୁ ଲୋଇସିଂହାରେ ବିଜେପି ରେଜଲ୍ଟ ଭଲ ହେବ ବୋଲି କହିଥିଲେ ସାଂସଦ ସଂଗୀତା ସିଂହଦେଓ । କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମୁକେଶ ଜୈନ, ଜିଲ୍ଲା ଉପସଭାପତି ରମା ପଧାନ, ବିଜେପି ନେତା ପୂର୍ଣ୍ଣ ବିଶ୍ଵାଳ, ପ୍ରଦୀପ ମିଶ୍ରଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା