Masthead

ବ୍ୟାଙ୍କରୁ ଲୁଟ ଉଦ୍ୟମ

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲ ୟୁକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ । ଗତ ଶନିବାର ବିଳମ୍ବିତ ରାତିରେ ଏଲ ଆଇ ସି ବିଲ୍ଡିଂରେ ଥିବା ୟୁକୋ ବ୍ୟାଙ୍କର ପଛପଟ ଝରକା କାଟି ଦୃବୃର୍ତ୍ତମାମାନେ ଭିତରେ ପଶିବା ପରେ ପ୍ରଥମେ ଆଳାର୍ମ ସିଷ୍ଟମକୁ ଅଚଳ କରି ସିସିଟିଭି ତାର ସବୁ କାଟି ଦେବା ସହ ଗୋଟିଏ ସିସିଟିଭି କ୍ୟାମେରା ମଧ୍ୟ ଖୋଲି ଦେଇଥିଲେ । ଏହାପରେ ଗ୍ୟାସ କଟର ସାହାଯ୍ୟରେ ଷ୍ତ୍ରଙ୍ଗ ରୁମ୍ କାଟିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଦୁବୃର୍ତ୍ତ ।

ତେବେ ଟଙ୍କା ଲୁଟି ନପାରି ଗଲାବେଳକୁ ବ୍ୟାଙ୍କ୍ ଭିତରେ ଗ୍ୟାସ ପାଇପ୍ ଛାଡ଼ି ଯାଇଥିଲାବେଳେ, ପଛପଟ ଝରକା ପାଖରେ ଗୋଟିଏ ଲୁହା କଟା କରତ ଓ ଗୋଟିଏ ପେଚକସ୍ ଛାଡ଼ି ଯାଇଛନ୍ତି ଦୁବୃର୍ତ୍ତ । ଗତକାଲି ରବିବାର ବ୍ୟାଙ୍କ୍ ଛୁଟି ଥିବାରୁ ଲୁଟ ଉଦ୍ୟମ ହୋଇଥିବା ନେଇ ଆଜି ଜଣାପଡ଼ିଛି । ଆଜି ସକାଳୁ ଶାଖା ପ୍ରବନ୍ଧକ ସନ୍ଦୀପ ଶୁଭଙ୍କର ଜେନା ଓ ସହ ପ୍ରବନ୍ଧକ ବିଶ୍ଵନାଥ କୁମାର ବ୍ୟାଙ୍କ୍ ଖୋଲି ଭିତରେ ପ୍ରବେଶ କରିବା ପରେ ଘଟଣା ଜଣାପଡିଥିଲା ।

ତେବେ ଶନିବାର ରାତି ୧୨ ଟା ରୁ ୧ ଟା ମଧ୍ୟରେ ଦୁବୃର୍ତ୍ତ ବ୍ୟାଙ୍କରେ ପ୍ରବେଶ କରିବା ସମୟର ଭିଜୁଆଲ ବ୍ୟାଙ୍କରେ ଲାଗିଥିବା ଡିଭିଆରରେ କଏଦ୍ ହୋଇଛି । ୩ ଜଣ ମୁଖାପିନ୍ଧା ଦୁବୃର୍ତ୍ତ ବ୍ୟାଙ୍କ୍ ଭିତରେ ପଶିଥିବା ଫୁଟେଜରେ ଦେଖାଯାଇଛି ବୋଲି ସୂଚନା ମିଳିଛି । ଏନେଇ ବ୍ୟାଙ୍କ୍ ପକ୍ଷରୁ ବଡ଼ବିଲ ପୋଲିସକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅଧିକ ତଦନ୍ତ ପାଇଁ ସାଇଣ୍ଟି ଫିକ ଟିମକୁ ଡକାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା