Masthead

କୃଷକ ସାଥୀଙ୍କୁ ପଞ୍ଚାୟତ ଅଫିସ ଭିତରେ ପୁରାଇ ନିସ୍ତୁକ ମାଡ଼

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): କୃଷକ ସାଥୀକୁ ପଞ୍ଚାୟତ ଅଫିସ ଭିତରେ ପୁରାଇ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସ୍ୱାମୀ । ଏଭଳି ଅଭିଯୋଗ ନେଇ ଭୋଗରାଇ ଚନ୍ଦନେଶ୍ବର ଫାଣ୍ଡିରେ ପହଁଚିଲେ କୃଷକ ସାଥୀ ଦୀପକ ଭଞ୍ଜ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତର କୃଷକ ସାଥୀ ଭାବେ କାର୍ଯ୍ୟ କରନ୍ତି ଦୀପକ ଭଞ୍ଜ । ସୋମବାର ରାତି ୮ ଟାରେ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଚନ୍ଦନ ପାତ୍ର ଓରଫ ଟିଙ୍କୁ ପଂଚାୟତ ଅଫିସକୁ ଡକାଇ ଥିଲେ ।

ସେ ଆସିବା ପରେ ଏକ ରୁମକୁ ଡାକି ବାହାର ପଟୁ କବାଟ ବନ୍ଦ କରିବାକୁ ଅନ୍ୟ ଜଣେ ଯୁବକଙ୍କୁ କହିଥିଲେ। ପରେ ପଞ୍ଚାୟତର କୃଷକ ସାଥୀର କାର୍ଯ୍ୟକୁ ନେଇ ୟାଡୁ ସିଆଡୁ ପ୍ରଶ୍ନ ପଚାରି କିଛି ଆଇନ ବିରୋଧୀ କାର୍ଯ୍ୟ କରିବା ପାଇଁ ତାଙ୍କୁ ଚାପ ପକାଇଥିଲେ । ଏଥିରେ ସେ ନାରାଜ ହେବାରୁ ତାଙ୍କୁ ଏକ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ପିଟିଥିଲେ । ପରବର୍ତ୍ତୀ ସମୟରେ କୃଷକ ସାଥୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇ ରାତିରେ ଚନ୍ଦନେଶ୍ବର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏ ଘଟଣାକୁ ନେଇ ଚନ୍ଦନେଶ୍ବର ଫାଣ୍ଡି ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛି । ତେବେ ଏ ଘଟଣାକୁ ନେଇ ସରପଞ୍ଚଙ୍କ ପ୍ରତିନିଧି ଚନ୍ଦନ ପାତ୍ର କହିଛନ୍ତି ଯେ ସମ୍ପୃକ କୃଷକ ସାଥୀ ବିଭିନ୍ନ କାର୍ଯ୍ୟରେ ଲାଞ୍ଚ ନେଉଥିବା ବେଳେ ମୁଁ ତାଙ୍କୁ ପଞ୍ଚାୟତ ଅଫିସକୁ ଡାକି ପଚରା ଉଚରା କରିଥିଲି । କିନ୍ତୁ ତାଙ୍କ ଅଭିଯୋଗ ଭଳି କୌଣସି ଘଟଣା ପଞ୍ଚାୟତ କାର୍ଯ୍ୟାଳୟରେ ଘଟି ନାହିଁ । ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି