Masthead

ଦୁର୍ବ୍ୟବହାର ଅଭିଯୋଗ ଆଣିଲେ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୬ ଦିନିଆ ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତକାଲି ଗିରଫ ପରେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟରେ ଆଜି ହାଜର ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୧୦ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ ଇଡିକୁ ୬ଦିନ ରିମାଣ୍ଡ ସମୟ ଦେଇଛନ୍ତି, ଯାହାଫଳରେ କେଜ୍ରିୱାଲଙ୍କୁ ୬ ଦିନ ନିଜ ହେପାଜତରେ ରଖି ପଚରାଉଚରା କରିବ । କିନ୍ତୁ ଅରବିନ୍ଦ କେଜରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜଣେ ଏସିପି ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି।

ଏନେଇ ସେ ଏସିପିଙ୍କୁ ହଟାଇବାକୁ କୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି। ଏସିପି ଏ.କେ ସିଂଙ୍କୁ ନିଜ ସୁରକ୍ଷାରୁ ହଟାଇବାକୁ ସେ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି। କେଜରିୱାଲଙ୍କ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଏସିପି ଏ.କେ ସିଂଙ୍କ ବିରୋଧର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସିପି ଏ.କେ ସିଂ, ମନିଷ ସିସୋଦିଆଙ୍କ ବେକ ଧରି ଟାଣି ଟାଣି ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ତେବେ ଏନେଇ କୋର୍ଟ କୌଣସି ନିର୍ଦ୍ଦେଶାନାମା ପ୍ରକାଶ କରି ନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ