Masthead

ଫାଇନାନ୍ସ କମ୍ପାନୀର ଲୋନ ସ୍କାମ, ସାମ୍ବାଦିକଙ୍କୁ ଫସେଇବାକୁ ଚେଷ୍ଟା

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀର ଲୋନ୍ ସ୍କାମ୍ । ବଡ଼ ଖବରରେ ଖବର ପ୍ରସାରଣ ହେବାପରେ ସାମ୍ବାଦିକଙ୍କୁ ମିଛ କେସରେ ଫସେଇବାକୁ ଚେଷ୍ଟା । ପରେ ସାମ୍ବାଦିକଙ୍କ ନାଁରେ ମିଛ କେସ ରୁଜୁ କରି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ରେ କିଛି ଦିନହେବ ସାଟିନ ନାମକ ପ୍ରାଇଭେଟ୍ ଫାଇନାସ କମ୍ପାନୀ ଏକାଧିକ ଗରିବ ଆଦିବାସୀ ଲୋକଙ୍କ ପାଖରୁ ବିଭିନ୍ନ ଆଳରେ ଆଧାର କାର୍ଡ ନେଇ ସେମାନଙ୍କ ଅଗୋଚରରେ ତାଙ୍କ ନାମରେ ଲୋନ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଥାନାରେ ହୋଇଛି।

ତେବେ ଘଟଣାର ପର୍ଦ୍ଦାଫାଶ ବଡ଼ ଖବର କରିବା ପରେ ଫାଇନାନ୍ସ କମ୍ପାନୀର କିଛି କର୍ମଚାରୀ ଯୋଜନା କରି ସ୍ଥାନୀୟ କିଛି ମହିଳାଙ୍କୁ ହାତବାରିସୀ କରି ବଡ଼ ଖବର ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ନୟାକୋଟ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସ୍ଥାନୀୟ ପୋଲିସ ଗଣମାଧ୍ୟମ ପ୍ରତିନିଧି ଓ ଠକାମୀର ଶୀକାର ହେଉଥିବା ଗରିବ ଲୋକଙ୍କ ଅଭିଯୋଗକୁ ଅଣଦେଖା କରିବା ସହ ବଡ଼ ଖବରର ପ୍ରତିନିଧି ରିପୁନ ବାରିକଙ୍କ ନାଁରେ ମିଛ ମାମଲା ରୁଜୁ କରି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛି ।

ଅନ୍ୟପକ୍ଷରେ ଏ ବାବଦରେ ଠକେଇ ହୋଇଥିବା ଲୋକେ ଓ ସ୍ଥାନୀୟ ସରପଞ୍ଚ ସମସ୍ତ ତଥ୍ୟ ସହିତ ଥାନାର ଦ୍ୱାରସ୍ଥ ପରେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ବସିବା ସାଧାରଣରେ ଅସୋନ୍ତାଷ ଦେଖା ଦେଇଛି। ସେପଟେ ଠକେଇ ହୋଇଥିବା ମହିଳାମାନଙ୍କ ଏଫଆଇଆରକୁ ପୋଲିସ୍ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ । ତେବେ ସାମ୍ବାଦିକଙ୍କ ମିଛ ମାମଲାକୁ ପ୍ରତ୍ୟାହାର ନକଲେ ସମସ୍ତ ସାମ୍ବାଦିକ ସଂଘ ତଥା ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ପୋଲିସର ଏପରି କାର୍ଯ୍ୟକୁ ଦେଖି ଏ ପୋଲିସ ସାଧାରଣ ଲୋକଙ୍କ ପାଇଁ ନା ଫାଇନାଶ କମ୍ପାନୀ ପାଇଁ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ଘଟଣାର ତଦନ୍ତ ନହେଲେ ଏସପି ଅଫିସ ସମ୍ମୁଖରେ ଧାରଣା ଦେବେବୋଲି ନିଷ୍ପତି ନେଇଛନ୍ତି ଠକେଇର ଶିକାର ହୋଇଥିବା ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 କ୍ରାଶ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ 🔴 ଏବେ ଠୁ ଏତେ ଖରା 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 କ୍ରାଶ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ 🔴 ଏବେ ଠୁ ଏତେ ଖରା