Masthead

ଜବରଦଖଲ ଉଚ୍ଛେଦ ପାଇଁ ମହିଳାଙ୍କ ଆଙ୍ଗୁଠି କାଟି ଦେଲେ ବେପାରୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ) :   ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ମୁନସିପାଲିଟି ଅଧିକାରୀଙ୍କ ଉପରେ ସାଘାଂତିକ ଆକ୍ରମଣ ହୋଇଛି । ଜଣେ ବେପାରୀ ମାରଣାସ୍ତ୍ର ଧରି ମହିଳା ଅଧିକାରୀଙ୍କ ଆଙ୍ଗୁଠି କାଟିଦେଇଥିବା ଜଣା ପଡିଛି । ମୁମ୍ବାଇର ଠାଣେ ସହରର କାସର ବାଡିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳା ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁଯାଇ,ଜବରଦଖଲ ଉଚ୍ଛେଦ ନିମନ୍ତେ ଠାଣେ ମୁନିସିପାଲ୍ କର୍ପୋରେସନର ଅତିରିକ୍ତ ମହାନଗର ପାଳିକା ଅଧିକାରୀ କଳ୍ପିତା ପିଂପଲେ ନିଜ ଟିମ ସହ କାସର ବାଡିକୁ ଯାଇଥିଲେ । ସେଠାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥବା ବେଳେ ଉଠା ଦୋକାନୀମାନେ ହିଂସାତ୍ମକ ହୋଇଯାଇଥିଲେ । ପରେ ମହିଳା ଅଧିକାରୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଜୋରସୋର ଝଗଡା ଆରମ୍ଭ ହୋଇଥିଲା । ଏହି ସମୟରେ ଜଣେ ଉଠା ଦୋକାନୀ ତାଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କର ୨ ଆଙ୍ଗୁଠି କାଟି ଦେଇଥିଲେ । ପରେ ବେପାରୀ ଜଣଙ୍କ ସେଠାରୁ ଛୁ ହୋଇଯାଇଥିଲେ । ପୋଲିସ ମହିଳା ଅଧିକାରୀଙ୍କୁ ନିକଟସ୍ତ ହସପିଟାଲରେ ଭର୍ତ୍ତି କରିଥିଲା । ଫେରାର ହୋଇଥିବା ଅଭିଯୁକ୍ତକୁ ପୋଲିସ କାବୁ କରିବା ସହ ତାଙ୍କର ଅପରାଧିକ ରେକର୍ଡ ଯାଞ୍ଚ କରୁଛି । ତେବେ ମହିଳା ଅଧିକାରୀଙ୍କ ଅବସ୍ତା ଏବେ ସୁସ୍ତ ଥିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ