Masthead

ପାହାଡ଼ ଘେରା ଅଞ୍ଚଳରେ ଜଳକଷ୍ଟ, ବସୁଧା ଯୋଜନାରୁ ବଞ୍ଚିତ ପରିମା ଗ୍ରାମ

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ପାହାଡ଼ ଘେରା ଅଞ୍ଚଳରେ ଜଳ କଷ୍ଟ । ସରକାରଙ୍କ ଏତେ ଯୋଜନାର ନାରା ସତ୍ତ୍ଵେ ପାଣି ପାଇଁ ଡହଳବିକଳ ହେଉଛନ୍ତି ୭୨ ଟି ପରିବାର । ବସୁଧା ଯୋଜନା ସେମାନଙ୍କ ପାଇଁ ସ୍ବପ୍ନ ହୋଇଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳ ପଦ୍ମପୁର ବ୍ଳକ ନୂଆଗଡ଼ ପାରୀମା ଗ୍ରାମରେ । ଏହି ଗାଁରେ ପାଖାପାଖି ୧୦୦ ପରିବାର ବସବାସ କରନ୍ତି । ପାଣି ଟୋପାଏ ପାଇଁ କେତେ ନେତା ମନ୍ତ୍ରୀଙ୍କୁ ଗୁହାରୀ କଲେ ବି କିଛି ସୁଫଳ ମିଳିଲା ନାହିଁ। ଗାଁରେ ବଡ଼ ଧରଣର ବୈଠକ ହୋଇଥିଲା ସେଠାରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ଏବଂ ଶାସକ ଦଳର ନେତା ମାନେ ଉପସ୍ଥିତ ରହି ପ୍ରତିଶ୍ରୁତି ଦେଇଥିଲେ ଯେ ଖୁବଶୀଘ୍ର ଜଳ ସଙ୍କଟ ଦୂର ହେବ ।

କିନ୍ତୁ ଦୁଇ ବର୍ଷ ବିତିଗଲାଣି ଆଉ କାହାର ଦେଖା ମିଳୁନାହିଁ । ଶେଷରେ ଗ୍ରାମବାସୀ ବୈଠକ କରି ନିଷ୍ପତ୍ତି କରି ନିଜ ଉଦ୍ୟମରେ ଗାଁକୁ ପାଣି ପହଞ୍ଚାଉଛିନ୍ତି । ନିଜ ଉଦ୍ୟମରେ ପ୍ରତି ଘରରୁ ଅର୍ଥ କିମ୍ବା କୃଷି ଉତ୍ପାଦିତ ଦ୍ରବ୍ୟ ସଂଗ୍ରହ କରି ସେଗୁଡିକ ବିକ୍ରି କରି ୨ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରି ପାଣି ପାଇପ ଆଣିଥିଲେ । ପାରୀମା ଗ୍ରାମ ଠାରୁ ୩କିଲୋମିଟର ଦୂରରେ ଗଜପତି ସୀମାନ୍ତରେ ଥିବା ମୁଣ୍ଡିଗାଟା ପାହାଡ଼ ଉପରେ ଥିବା ଝରଣାରେ ପଥର ଦ୍ବାରା ଗୋଟିଏ ଛୋଟ କୁଣ୍ଡ କରି ଗାଁକୁ ପାଣି ଆଣିଥିବା ଗ୍ରାମବାସୀ ମାନେ କହିଛନ୍ତି। ବିଭିନ୍ନ ସମୟରେ ପାଇପ ମଧ୍ୟରେ ଗଛର ପତ୍ର ଅଟକି ଯାଉଥିବାରୁ ନାନା ଅସୁବିଧା ସମ୍ମୁଖୀନ ହେଉଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି