Masthead

ଜାଣନ୍ତୁ ଅମୃତ ଡାଏରୀ ଫାର୍ମ ହାଉସ ଡ୍ରାଇଭରଙ୍କ ମୃତ୍ୟୁ ପୂର୍ବରୁ କଣ ଘଟିଥିଲା

ରଣପୁର, (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା ରାଇପଡ଼ାସ୍ଥିତ ଅମୃତ ଡାଏରୀ ଫାର୍ମ ହାଉସର ଡ୍ରାଇଭର ଶ୍ରୀନିବାସ ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଫାର୍ମ ହାଉସର ମାଲିକ ଓ ମ୍ୟାନେଜରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରତାମାଟି ଗାଁ ଶ୍ରୀନିବାସ ପ୍ରଧାନଙ୍କ ସାନ ପୁଅ ସଞ୍ଜୟ କୁମାର ପ୍ରଧାନ (ବିଜୁ ) । ୫ ମାସ ହେବ ଅମୃତ ଡାଏରୀ ଫାର୍ମରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ସୋମବାର ଫାର୍ମ ମ୍ୟାନେଜରଙ୍କୁ ସାଙ୍ଗରେ ନେଇ ଭୁବନେଶ୍ୱର ଅଫିସକୁ ଯାଇଥିଲେ ବିଜୁ । ସେଦିନ ରାତିରେ ସେଠାରେ ରହିଥିଲେ । ମଙ୍ଗଳବାର ସକାଳେ ୬.୩୦ରେ ବିଜୁଙ୍କ ଦେହ ଖରାପ ଥିବା ମ୍ୟାନେଜର ଫୋନ କରି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ପୁଅର ଦେହ ଖବର ପାଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ଭୁବନେଶ୍ୱର ଅଫିସରେ ପହଞ୍ଚିଥିଲେ । ବିଜୁଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ମୃତଦେହ ତଳେ ଲାଗି ରହିଥିବା ଦେଖିବା ପରେ ବିଜୁଙ୍କୁ ହତ୍ୟା କରାଯାଇଥିବା ନେଇ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଫାର୍ମର ମାଲିକ ଏବଂ ମ୍ୟାନେଜର ଷଡ଼ଯନ୍ତ୍ର କରି ଆମ ପୁଅକୁ ମାରି ଦେଇଛନ୍ତି ବୋଲି ମଧ୍ୟ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ଶରୀରକୁ ଫାର୍ମ ସାମ୍ନାରେ ରଖି ଉପଯୁକ୍ତ ନ୍ୟାୟ ଦାବି କରିଥିଲେ ପରିବାର ଲୋକେ ।

ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବ ସୂଚନା ଅନୁଯାୟୀ ଆଗରୁ ଉକ୍ତ ଫାର୍ମର ଦୁଇ ଜଣଙ୍କୁ ଏପରି ସନ୍ଦେହଜନକ ହତ୍ୟା କରାଯାଇଥିବା ଅଭିଯୋଗ ମଧ୍ୟ ଆସିଛି । ତେବେ ଏପରି ଘଟଣା ଘଟିବା ପଛରେ କିଛି ସୁଚିନ୍ତିତ ଷଡଯନ୍ତ୍ର ରହିଛି ନା ଅନ୍ୟ କୌଣସି କାରଣରୁ ଏପରି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟିଚାଲିଛି । ଯାହାକୁ ନେଇ ଅମୃତ ଡାଏରୀ ଫାର୍ମ ଉପରେ ସନ୍ଦେହ ବଢି ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ