Masthead

ମାଓ କ୍ୟାମ୍ପରେ ଚଢ଼ଉ

ମାଲକାନଗିରି, (ବଡ଼ ଖବର ବ୍ୟୁରୋ): ମାଲକାନଗିରି ପୋଲିସର ବଡ଼ ସଫଳତା । ଚିତ୍ରକୋଣ୍ଡା ଥାନା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ପାପୁଲୁର ଅଞ୍ଚଳର ଭୀମରାମ ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା । ମଙ୍ଗଳବାର ଗୁଇନ୍ଦା ସୂଚନା ମିଳିବା ପରେ ଏସଓଜି ଓ ବିଏସଏଫ ବାହିନୀ ମିଳିତ କମ୍ବିଂ ଅପରେସନ କରିଥିଲେ। ଯବାନଙ୍କୁ ଆସିବା ଦେଖି ମାଓବାଦୀମାନେ ଗୁଳି ଚଳାଇବାରୁ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ । ଦୀର୍ଘ ୩ଘଣ୍ଟାରୁ ଅଧିକ ସମୟ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଟପ୍ ମାଓବାଦୀ ନେତ୍ରୀ ଅରୁଣାଙ୍କ ସହ ଅନେକ ମାଓବାଦୀ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।
ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ ତଲାସି କରିବାରୁ ବିପୁଳ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ବିସ୍ଫୋରକ ସହ ଅତ୍ୟାଧୁନିକ ଗୁଳି ରହିଛି। ୧୪ ରାଉଣ୍ଡ ଏସଏଲଆର,ଏକେ-୪୭ ବନ୍ଧୁକର ଅଫୁଟା ଗୁଳି, ୩୨ଟି ଡିଟୋନେଟର, ରେଡିଓ, ଟିଫିନ ବୋମା, ମାଓପୁସ୍ତକ ସହ ମାଓ ୟୁନିଫର୍ମ ଏବଂ ମେଡିସିନ ଜବତ କରାଯାଇଛି। ଆଗାମୀ ଦିନରେ ମଧ୍ୟ ସ୍ୱାଭିମାନ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା