Masthead

ଶ୍ରୀମେଟାଲିକ୍ସ ଏବଂ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଶ୍ରୀମେଟାଲିକ୍ସ ଓ ଆଶାର ଦ୍ଵାର ଫାଉଣ୍ଡେସନ ତରଫରୁ କେନ୍ଦୁଝର ଜିଲ୍ଲା ଲୋଇଡ଼ାପଦା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ଶ୍ରୀମେଟାଳିକ୍ସ କ୍ୟାମ୍ପସରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଶ୍ରୀମେଟାଳିକ୍ସ ସହଭାଗିତାରେ ଆୟୋଜିତ ଏହି ଶିବିରରେ ଗୁଆଲି ଓ ଲୋଇଡ଼ାପଦା ପଞ୍ଚାୟତର  ୪ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ।

ଭୂମିକା ଆଇ ହସ୍ପିଟାଲର ଦୁଇ ଜଣ ଡାକ୍ତର, ୧୦ ଜଣ ଟେକନିସିଆନଙ୍କ ସମେତ ୨୭ ଜଣ କର୍ମଚାରୀ ସେବା ଯୋଗାଇ ଦେଇଥିଲେ । ଚକ୍ଷୁ ପରୀକ୍ଷା ପରେ ରୋଗୀଙ୍କୁ ମାଗଣାରେ ଔଷଧ ଏବଂ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା । ଯେଉଁ ମାନଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ସେମାନଙ୍କୁ କମ୍ପାନୀ ପକ୍ଷରୁ ପରେ କେନ୍ଦୁଝର ସ୍ଥିତ ଭୂମିକା ଆଇ ହସ୍ପିଟାଲରେ ନିଆଯାଇ ସମ୍ପୂର୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଅବସରରେ ଦ୍ରୌପଦିଦେବୀ ୱେଲଫେୟାର ସଂସ୍ଥା ପକ୍ଷରୁ ମାଗଣାରେ ସାନିଟାରୀ ପ୍ୟାଡ୍ (ସାଞ୍ଚି) ବଣ୍ଟନ କରାଯାଇଥିଲା । ସଂସ୍ଥାର କର୍ମ କର୍ତ୍ତାମାନେ, ଶିବିରକୁ ଆସିଥିବା ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା ସହ ସାନିଟାରୀ ପ୍ୟାଡ୍ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ