Masthead

୭ ବିଧାୟକଙ୍କୁ ଟିକେଟ ଦେଇନି ବିଜୁ ଜନତା ଦଳ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ୭ ବିଧାୟକଙ୍କୁ ଟିକେଟ ଦେଇନି ବିଜୁ ଜନତା ଦଳ । ଏଥର ନିର୍ବାଚନରେ ଅନେକ ନୂଆ ମୁହଁକୁ ନେଇ ମଇଦାନକୁ ଓହ୍ଲାଇଛି ଦଳ । ଏ ପର୍ଯ୍ୟନ୍ତ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ମହିଳାଙ୍କୁ ଟିକେଟ ମିଳିଥିବା ବେଳେ ୧୦ଜଣଙ୍କୁ ରିପିଟ କରାଯାଇଛି । ଆହୁରି ୪୮ଆସନରେ ପ୍ରାର୍ଥୀ ଘୋଷଣା ହେବାକୁ ବାକି ଅଛି । ତେବେ ଘୋଷଣା ହୋଇଥିବା ସିଟ ମଧ୍ୟରୁ ୭ ବିଧାୟକଙ୍କ ଟିକେଟ କାଟିଛି ଦଳ । ଦୁଇ ବରିଷ୍ଠ ନେତାଙ୍କ ପୁଅ, ଜଣେ ବିଧାୟକଙ୍କ ପତ୍ନୀଙ୍କୁ ଦଳ ପ୍ରାର୍ଥୀ କରିଛି । ମାହାଙ୍ଗାରେ ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଏବଂ ମୟୂରଭଞ୍ଜ ମୋରଡ଼ାରେ ରାଜକିଶୋର ଦାସଙ୍କ ପରିବର୍ତ୍ତେ ତାଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ ଟିକେଟ୍ ପାଇଛନ୍ତି। ଟିକେଟ୍ କଟିଥିବା ଅନ୍ୟ ୫ ବିଧାୟକ ହେଲେ ସୋରର ପର୍ଶୁରାମ ଧଡ଼ା, ଆଠମଲ୍ଲିକର ରମେଶ ସାଏ, ଫୁଲବାଣୀର ଅଙ୍ଗଦ କହଁର, ତିର୍ତ୍ତୋଲର ବିଜୟ ଶଙ୍କର ଦାସ ଓ ପଟ୍ଟାଙ୍ଗୀର ପିତମ୍ ପାଢ଼ୀ । ଏହି ମାନଙ୍କ ଟିକେଟ କାଟିଛି ଦଳ । ତେବେ ଟିକେଟ କଟିଥିବାରୁ ଗତକାଲି ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇସାରିଛନ୍ତି । ପର୍ଶୁରାମ ଧଡାଙ୍କୁ ବାଦ ଦେଇ ସୋରରୁ ଏନଏସି ଅଧ୍ୟକ୍ଷ ମାଧବ ଧଡ଼ାଙ୍କୁ ଦଳ ଟିକେଟ ଦେଇଛି । ସେହିପରି ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନ, ତିର୍ତ୍ତୋଲରୁ ପ୍ରଫେସର ରମାକାନ୍ତ ଭୋଇ, ପୂଲବାଣୀରୁ ନୂଆ ମୁହଁ ଭାବେ ଜୟଶ୍ରୀ କହଁର, ପଟ୍ଟାଙ୍ଗୀରୁ ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼