Masthead

୧୫ ହଜାର ଟଙ୍କାରେ ଶିଶୁ ବିକ୍ରି

ରେଢ଼ାଖୋଲ, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପୁଣି ନଜରକୁ ଆସିଛି ଶିଶୁବିକ୍ରି ଭଳି ସଙ୍ଗିନ ଘଟଣା। ନିଜ ଜନ୍ମିତ ଶିଶୁକନ୍ୟାକୁ ବାପା ମା’ ଟେକିଦେଇଛନ୍ତି ଅନ୍ୟ ହାତକୁ। ମାତ୍ର ୧୫ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଛି ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅଞ୍ଚଳରୁ। ଏକମାସ ୭ଦିନର ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ଚାରମାଳ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିଛି। ତେବେ ଆର୍ଥିକ ଅନଟନ ଯୋଗୁ ନିଜ ଶିଶୁକନ୍ୟାକୁ ମା’ ବାପା ବିକ୍ରି କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଚାରମାଳ ଥାନା କେଉଁଟିବହାଲି ଗାଁର ଏକ ଦମ୍ପତି ତାଙ୍କ ଶିଶୁକନ୍ୟାକୁ ୧୫ ହଜାର ଟଙ୍କାରେ ରେଢ଼ାଖୋଲ କୁଷାପାଲି ଗାଁରେ ବିକ୍ରି କରିଛନ୍ତି। ଶିଶୁବିକ୍ରି ଖବର ପାଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ।
ମଙ୍ଗଳବାର ବିଳମ୍ୱିତ ରାତିରେ ପୋଲିସ ଓ ଚାଇଲଡଲାଇନ୍‌ କର୍ମକର୍ତ୍ତାମାନେ କୁଷାପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ରଖାଯାଇଛି। ଅନ୍ୟପଟେ ଶିଶୁକନ୍ୟା ନେଇଥିବା ଦମ୍ପତି ତାଙ୍କର କୌଣସି ସନ୍ତାନ ନ ଥିବାରୁ ତାକୁ ପୋଷ୍ୟ ଭାବେ ନେଇଛନ୍ତି ବୋଲି କହିଛନ୍ତି। ସେଥିପାଇଁ ରେଢ଼ାଖୋଲରେ ଆବଶ୍ୟକ ଆଫିଡେଭିଟ ମଧ୍ୟ କରାଯାଇଥିବା କହିଛନ୍ତି ଦମ୍ପତି। ତେବେ ଶିଶୁବିକ୍ରି ଘଟଣାର ସମଗ୍ର ଦିଗକୁ ନେଇ ଉଭୟ ରେଢ଼ାଖୋଲ ଓ ଚାରମାଳ ପୋଲିସ ତଦନ୍ତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ