Masthead

୧୫ ହଜାର ଟଙ୍କାରେ ଶିଶୁ ବିକ୍ରି

ରେଢ଼ାଖୋଲ, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପୁଣି ନଜରକୁ ଆସିଛି ଶିଶୁବିକ୍ରି ଭଳି ସଙ୍ଗିନ ଘଟଣା। ନିଜ ଜନ୍ମିତ ଶିଶୁକନ୍ୟାକୁ ବାପା ମା’ ଟେକିଦେଇଛନ୍ତି ଅନ୍ୟ ହାତକୁ। ମାତ୍ର ୧୫ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଛି ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅଞ୍ଚଳରୁ। ଏକମାସ ୭ଦିନର ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ଚାରମାଳ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିଛି। ତେବେ ଆର୍ଥିକ ଅନଟନ ଯୋଗୁ ନିଜ ଶିଶୁକନ୍ୟାକୁ ମା’ ବାପା ବିକ୍ରି କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଚାରମାଳ ଥାନା କେଉଁଟିବହାଲି ଗାଁର ଏକ ଦମ୍ପତି ତାଙ୍କ ଶିଶୁକନ୍ୟାକୁ ୧୫ ହଜାର ଟଙ୍କାରେ ରେଢ଼ାଖୋଲ କୁଷାପାଲି ଗାଁରେ ବିକ୍ରି କରିଛନ୍ତି। ଶିଶୁବିକ୍ରି ଖବର ପାଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ।
ମଙ୍ଗଳବାର ବିଳମ୍ୱିତ ରାତିରେ ପୋଲିସ ଓ ଚାଇଲଡଲାଇନ୍‌ କର୍ମକର୍ତ୍ତାମାନେ କୁଷାପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ରଖାଯାଇଛି। ଅନ୍ୟପଟେ ଶିଶୁକନ୍ୟା ନେଇଥିବା ଦମ୍ପତି ତାଙ୍କର କୌଣସି ସନ୍ତାନ ନ ଥିବାରୁ ତାକୁ ପୋଷ୍ୟ ଭାବେ ନେଇଛନ୍ତି ବୋଲି କହିଛନ୍ତି। ସେଥିପାଇଁ ରେଢ଼ାଖୋଲରେ ଆବଶ୍ୟକ ଆଫିଡେଭିଟ ମଧ୍ୟ କରାଯାଇଥିବା କହିଛନ୍ତି ଦମ୍ପତି। ତେବେ ଶିଶୁବିକ୍ରି ଘଟଣାର ସମଗ୍ର ଦିଗକୁ ନେଇ ଉଭୟ ରେଢ଼ାଖୋଲ ଓ ଚାରମାଳ ପୋଲିସ ତଦନ୍ତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ