Masthead

ଯୌତୁକ ପାଇଁ ତଣ୍ଟି ଚିପି ମାରିଦେଲେ ଶାଶୁଘର ଲୋକେ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପ୍ରେମ ବିବାହର କରୁଣ ପରିଣତି । ବାହାଘର ୪ମାସ ନ ପୁରୁଣୁ ଯୌତୁକ ଜୁଇରେ ନବବଧୂ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ଷଣ୍ଢଗଡା ଗ୍ରାମରେ । ସୂଚନା ମୁତାବକ ଷଣ୍ଢଗଡା ଗ୍ରାମର ଶରତ ନାୟକଙ୍କ ପୁଅ କମଳାକାନ୍ତ ନାୟକ ଗୋପିନାଥପୁର ପଞ୍ଚାୟତ ବାଲିପଦା ଗ୍ରାମର ରବିନ୍ଦ୍ର ସାହୁଙ୍କ ଝିଅ ଲିପି ସାହୁଙ୍କୁ ଚାରିମାସ ତଳେ ପ୍ରେମ ବିବାହ କରିଥିଲେ ।

ମନ୍ଦିରରେ ଉଭୟ ପରିବାର ସମ୍ମତିରେ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । ମାତ୍ର ବିବାହ ପରେ ସ୍ୱାମୀର ପରିବାର ପକ୍ଷରୁ ୫ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା । ବହୁ କଷ୍ଟରେ ଝିଅ ଘର ତରଫରୁ ୨ଲକ୍ଷ ଟଙ୍କା ପ୍ରଦାନ ବି କରାଯାଇଥିଲା ମାତ୍ର ଆଉ ୩ଲକ୍ଷ ଦେବାରେ ବିଳମ୍ବ ହେବାରୁ ଲିପିକୁ ମାନସିକ ନିର୍ଯାତନା ଦିଆଯାଉଥିଲା । ପ୍ରତିଦିନ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ ଶାଶୁଘର ଲୋକେ ।

ଏନେଇ ଉଭୟ ପରିବାର ପକ୍ଷରୁ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା ।ଅଭିଯୋଗର କିଛି ଘଣ୍ଟା ନପୁରୁଣୁ ଶାଶୁଘର ଲୋକେ ବୋହୂର ତଣ୍ଟିଚିପି ମାରିଦେଇଥିବା ଝିଅର ଭାଇ ରାଜେନ୍ଦ୍ର ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଶାଶୂଘର ଲୋକେ ଫେରାର ଥିବା ଦେଖିବାକୁ ମିଳିଛି । ଝିଅଘର ଅଭିଯୋଗ ମୂଳେ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ଓ ବାଂଶଡା ଥାନାଧିକାରୀ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା