Masthead

ଆଜି ଆସିବ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆସିପାରେ ବିଜେଡିର ବଳକା ପ୍ରାର୍ଥୀ ତାଲିକା । ବିଜେପି ମଧ୍ୟ ଆଜି ଘୋଷଣା କରିପାରେ ବଳକା ପ୍ରାର୍ଥୀ । ସେପଟେ ୩ ଦଳର ଛିଣ୍ଡୁନି ଟିକେଟ ଅଙ୍କ । ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ଭୋଟ । ବିଜେଡିର ୩୯, ବିଜେପିର ୩୫ ବିଧାନସଭା ସିଟରେ ପ୍ରାର୍ଥୀ ଦେବା ବାକି ରହିଛି । କଂଗ୍ରେସର ମଧ୍ୟ ୯୮ ସିଟରେ ପ୍ରାର୍ଥୀ ଦେବ । କଂଗ୍ରେସ ମଧ୍ୟ ୧୩ ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରିନାହିଁ । ସେପଟେ ଟିକେଟକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ଅସନ୍ତୋଷ ।

ଅନ୍ୟପଟେ ଗୋଷ୍ଠୀ କନ୍ଦଳ ଓ ଦଳ ଡିଆଁ ଭୟ ଘାରିଛି ଶାସକ ଦଳକୁ। ଯେଉଁଥି ପାଇଁ ବିଜେଡି ଓ ବିଜେପି ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରାୟ ୧୮ ନିର୍ବାଚନ ମଣ୍ଡଳୀରେ ଉଭୟ ଦଳ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରିନାହାନ୍ତି। ଯାହାକୁ ନେଇ ରାଜନୈତିକ ଉଷ୍ମତା ବଢିଯାଇଛି। ଜଗତସିଂହପୁର ସଂସଦୀୟ କ୍ଷେତ୍ରର ବାଲିକୁଦା ଏରସମା ଓ କାକଟପୁରରେ ଉଭୟ ଦଳ କାହାରିକୁ ଏଯାଏ ଟିକେଟ ଦେଇନାହାନ୍ତି। ଭୁବନେଶ୍ୱର ମଧ୍ୟ ଆସନ ମଧ୍ୟ ଟଳମଳ ।

କେବଳ ଏତିକି ନୁହେଁ, ଜୟପୁର, ଚିତ୍ରକୋଣ୍ଡା, ଚମ୍ପୁଆ, କେନ୍ଦ୍ରାପଡା, ଭୋଗରାଇ, ନୀଳଗିରି, ତେଲକୋଇ, ବରୀ ଆଦି ୧୮ଟି ଆସନରେ ବିଜେଡି କି ବିଜେପି କେହି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେପି ଏଯାଏ ୧୧୨ ସିଟରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ୩ଟି ପର୍ୟ୍ୟାୟରେ ୧୦୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ବଳକା ସିଟ୍ ପାଇଁ କାହିଁକି ବିଳମ୍ବ ହେଉଛି ପ୍ରାଥୀଙ୍କ ନାଁ ଘୋଷଣା? ଛକା ପଞ୍ଝା ଭିତରେ ଝୁଲି ରହିଛି ୧୮ ବିଧାନସଭାର ପ୍ରାର୍ଥୀଙ୍କ ଭାଗ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି