Masthead

କଟିଲା କିରଣ ଖେରଙ୍କ ଟିକେଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଟିଲା ଚଣ୍ଡିଗଡ ସାଂସଦ କିରଣ ଖେର୍‌ଙ୍କ ଟିକେଟ୍‌। ବିଜେପିରା ପ୍ରାର୍ଥୀ ତାଲିକାରେ ନାହିଁ ତାଙ୍କ ନାଁ। ଲୋକ ସଭା ନିର୍ବାଚନ ପାଇଁ ବିଜେପି ତା’ର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଜଣଙ୍କ ନାଁ ରହିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ତାଙ୍କ ସ୍ଥାନରେ ବିଜେପି ସଞ୍ଜୟ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି।

ଟଣ୍ଡନ୍ ହେଉଛନ୍ତି ଚଣ୍ଡିଗଡ଼ ବିଜେପିର ସଭାପତି। କିରନ୍ ଖେରଙ୍କ ଟିକେଟ୍ କଟାଯିବା ନେଇ ବିଷୟରେ କିଛି ଦିନ ପୂର୍ବରୁ ସଂକେତ ମିଳିଥିଲା। ମାର୍ଚ୍ଚ ୪ ରେ ଯେତେବେଳେ ଖେରଙ୍କୁ ଚଣ୍ଡିଗଡ଼ ଆସନରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ପଚରାଯାଇଥିଲା, ସେତେବେଳେ ସେ ଏହାକୁ ଏଡାଇଥିବାର ଦେଖାଯାଇଥିଲା। କିରନ୍ ଖେର ଦୁଇଥର ସାଂସଦ ହୋଇଛନ୍ତି। କିରଣ ୨୦୧୪ ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ଜିତିଥିଲେ। ୨୦୧୯ରେ ମଧ୍ୟ କିରନ୍ ଖେର ଏହି ଆସନରୁ ଜିତିଥିଲେ । ଏବେ ଦଳ ତାଙ୍କ ଟିକେଟ୍ କାଟିଦେଇଛି ।

୨୦୧୪ ନିର୍ବାଚନରେ କିରନ୍ ଖେର କଂଗ୍ରେସର ପୱନ ବନସାଲଙ୍କୁ ପରାସ୍ତ କରିଥିଲେ। ୨୦୧୯ରେ, ସେ ଆପ ପ୍ରାର୍ଥୀ ଗୁଲ ପନାଗଙ୍କୁ ପରାସ୍ତ କରିଥିଲେ। ସଞ୍ଜୟ ଟଣ୍ଡନଙ୍କ ରାଜନୈତିକ କ୍ୟାରିୟର ବାବଦରେ କହିବାକୁ ଗଲେ ୧୯୯୧ ମସିହାରେ ତାଙ୍କୁ ଅମୃତସର ଲୋକସଭା ଆସନ ଦାୟିତ୍ୱ ଦିଆଯାଇଥିଲା । ସେହି ଦିନଠାରୁ ଟଣ୍ଡନ୍ ବିଜେପିର ବିଭିନ୍ନ ୟୁନିଟ୍ ଦାୟିତ୍ୱରେ ଥିଲେ। ସେ ହିମାଚଳପ୍ରଦେଶ ବିଜେପିର ସହ-ପ୍ରଭାରୀ ସହ ଦୀର୍ଘ ଦିନ ଧରି ଚଣ୍ଡୀଗଡ଼ରୁ ବିଜେପି ସଭାପତି ରହିଆସିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି