Masthead

୨୦ ସୁଦ୍ଧା ବାକି ପ୍ରାର୍ଥୀ ଘୋଷଣା: ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । ବିଜେପି ନିର୍ବାଚନ ପ୍ରଭାରୀଙ୍କ ସୂଚନା । ରାଉରକେଲାରେ ସୂଚନା ଦେଲେ ବିଜୟପାଲ ସିଂ ତୋମାର । ଆଜି ୨୦ ରୁ ୨୨ ପ୍ରାର୍ଥୀ ତାଲିକା ଆସିପାରେ କହିଲେ ତୋମାର । ୨୦ ପୂର୍ବରୁ ବାକିଥିବା ସମସ୍ତ ପ୍ରାର୍ଥୀ ତାଲିକା ଆସିଯିବ । ରାଉରକେଲାରେ ସମସ୍ତ ବିଧାନସଭା ସହ ଲୋକସଭା ଜିତିବୁ ବୋଲି କହିଛନ୍ତି ତୋମାର ।

ଏବେସୁଦ୍ଧା ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଆଉ ୩୫ ଆସନ ବାକି ଅଛି । ଏହା ବି ଘୋଷଣା ହୋଇଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି । ବିଜେପି ଘୋଷଣା କରିଥିବା କିଛି ଆସନର ଟିକଟକୁ ନେଇ ଦଳ ଭିତରେ ଅସନ୍ତୋଷ ଲାଗିରହିଛି । ଟିକଟ ବଦଳାଇବାକୁ ଆଶାୟୀମାନେ ଦାବି କରୁଛନ୍ତି । ଏନେଇ ଗତ କିଛିଦିନ ଧରି ଦଳୀୟ କାରର୍ଯ୍ୟାଳୟରେ ଧାରଣା ଓ ବିକ୍ଷୋଭ ଦେଖିବାକୁ ମିଳୁଛି ।

ଧର୍ମଶାଳାରୁ ଆଶାୟୀ ଥିବା ହିମାଂଶୁ ଶେଖରଙ୍କ ସମର୍ଥକ ସ୍ମୃତିରେଖା ପହିଙ୍କ ଟିକଟକୁ ବିରୋଧ କରୁଛନ୍ତି । ସେପଟେ କୋରେଇରେ ଆକାଶ ଦାସ ନାୟକଙ୍କ ଟିକଟକୁ ଅନ୍ୟ ଆଶାୟୀମାନେ ବିରୋଧ କରୁଛନ୍ତି । ଏ ସମ୍ପର୍କରେ ଶ୍ରୀ ତୋମାର କହିଛନ୍ତି, ଟିକଟ ବଦଳିବ କି ନା ତା’ଉପରେ କେବଳ ବିଜେପିର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଗୋଟିଏ ଆସନରେ ଅନୁସୂଚିତ ଜାତି ବର୍ଗରୁ ଜଣଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ପ୍ରାର୍ଥୀଙ୍କୁ ବଦଳାଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ