Masthead

ଧର୍ମ ସହିବନି…ଜନ୍ମକଲା ମାଆକୁ ପର କଲା ପୁଅ ଶେଷରେ ସୌତୁଣୀ ନେଲା ଦାୟିତ୍ୱ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ପଚାରିଲାନି ପୁଅ ଶେଷରେ ସୌତୁଣୀ ନେତା ସୌତୁଣୀର ଦାୟିତ୍ୱ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଅଞ୍ଚଳରେ । ଦୁଇ ଦୁଇଟି ପୁଅ ଥିବା ସତ୍ତ୍ୱେ ବୁଢୀ ମାଆର ଦେଖାଶୁଣା ତଥା ପ୍ରତିପୋଷଣ ପାଇଁ ଅରାଜି ହୋଇଥିଲେ । ଶେଷରେ ସାନ ସୌତୁଣୀ ବଡ଼ ସୌତୁଣୀର ଦାୟିତ୍ଵ ନେଇଛନ୍ତି। ବାଲିଆପାଳ ବ୍ଲକ ଦେଉଳା ଗ୍ରାମର ଶାନ୍ତିଲତା ପରିଡା ଓ ଶଙ୍କରୀ ପରିଡା । ହରେକୃଷ୍ଣ ପରିଡା ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ଶାନ୍ତିଲତା ଓ ଦ୍ବିତୀୟ ସ୍ତ୍ରୀ ଶଙ୍କରୀ। ତେବେ ୧୯୮୫ ମସିହାରେ ହରେକୃଷ୍ଣ ପରିଡ଼ାଙ୍କ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ ।

ହରେକୃଷ୍ଣ ପରିଡ଼ାଙ୍କ ଦୁଇ ପୁଅ ରହିଛନ୍ତି। ତେବେ ବାପାଙ୍କ ମୃତ୍ୟୁ ପରେ ମା ଶାନ୍ତିଲତା ପୁଅ ଦୁଇଜଣଙ୍କୁ ବଡ଼ କଲେ । ତେବେ ମା ଶାନ୍ତିଲତା ବୃଦ୍ଧ ହୋଇଯିବା ପରେ ତଳେପଡି ଅକର୍ମଣ୍ୟ ହୋଇଗଲେ। ଚଲାବୁଲା କରି ପାରିଲେ ନାହିଁ। ପୁଅ ବୋହୂ ମା ର ସେବା କରିବା ବଦଳରେ ବୋଝ ଭାବି ଦାୟିତ୍ଵରୁ ନିଜକୁ ଦୂରେଇ ଦେଲେ । ସେତେବେଳେ ସହଯୋଗର ହାତ ବଢାଇ ଆପଣାଇ ନେଲେ ସାନ ସୌତୁଣୀ ଶଙ୍କରୀ । ତେବେ ଚଲାବୁଲା କରି ପାରୁନଥିବା ବଡ ସୌତୁଣି ଶାନ୍ତି ଲତାର ସମସ୍ତ ଦାୟିତ୍ବ ନିଜ ମୁଣ୍ଡକୁ ନେଇ ନିଜ ପାଖରେ ଆଣି ରଖିଲେ। ଶଙ୍କରୀ ଓ ଶାନ୍ତିଲତା ରାସ୍ତା କଡ଼ରେ ଥିବା ଏକ ଦୋକାନ କ୍ୟାବିନରେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଶୀତ ବର୍ଷା ଖରାରକୁ ଖାତିର ନକରି ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ