Masthead

ପରିବାରର ବୋଝଠୁ ବଳିଯାଉଛି ରୋଗର ଯନ୍ତ୍ରଣା

ବାହାନଗା (ବଡ଼ ଖବର ବ୍ୟୁରୋ): ପରିବାରର ବୋଝ ଠାରୁ ବଳିଯାଇଛି ରୋଗର ଯନ୍ତ୍ରଣା କ୍ଷା ଗରିବୀର ଖୋଳୁପା ଭିତରେ ରହି ତେଲ ଲୁଣର ସଂସାର ଭିତରେ ବେସ ହସ ଖୁସିରେ ଜୀବନ କାଟୁଥିଲେ ରେମୁଣା ବ୍ଲକ ଶ୍ରୀଜଙ୍ଗ ପଂଚାୟତର ମହମଦାପୁର ଗ୍ରାମର ପ୍ରଶାନ୍ତକୁମାର ପରିଡା । ଗୋପାଳପୁର ଠାରେ ଗୋଟିଏ ଲୁଗା ଦୋକାନରେ କାମ କରି ମାସିକ ୮ ହଜାର ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ ପ୍ରଶାନ୍ତ ।

କିନ୍ତୁ ହଠାତ୍ ଦେହ ଅସୁସ୍ଥ ହୋଇ ପଡିବାରୁ ଡାକ୍ତରଙ୍କ ପରାମର୍ଶ କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଦୁଇଟି ଯାକ କୀଡନି ନଷ୍ଟ ହୋଇଥିବା ଡାକ୍ତର କହିଥିଲେ । ପରିବାରର ସମ୍ବଳ କହିଲେ ବାପା ରଖିଥିବା ଜମି ବାଡ଼ି ଖଣ୍ଡକ । ତାକୁ ବିକ୍ରି କରି ଏକ ବର୍ଷ ଧରି ଔଷଧ ଖର୍ଚ୍ଚ କରୁଥିଲେ ବେଳେ ତାହା ଏବେ ଶେଷ ହୋଇଯାଇଛି । ପ୍ରତି ତିନି ଦିନରେ ଥରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଡାୟାଲିସିସ ପାଇଁ ଯାଉଛନ୍ତି ପ୍ରଶାନ୍ତ । ସ୍ତ୍ରୀ, ପିଲା ଛୁଟିଆ, ବାପା ମା ଙ୍କୁ ଧରି ପରିବାରର ଡ଼ଙ୍ଗାକୁ ଆଗକୁ ନେବାକୁ ଚେଷ୍ଟା କରୁଥିବା ପ୍ରଶାନ୍ତ ଏବେ ଚିକିତ୍ସା ପାଇଁ ଗ୍ରାମବାସୀଙ୍କ ଆଗରେ ସାହାଯ୍ୟ କରିବାକୁ ହାତପାତି ଭିକ୍ଷା ମାଗୁଛନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ କିଡନୀ ପ୍ରତିରୋପଣ କରିବା ପାଇଁ ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ପୁଅର ଜୀବନ ବଞ୍ଚାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ସହୃଦୟ ବ୍ୟକ୍ତି ତଥା ଓଡିଶାବାସୀ ସାହାଯ୍ୟର ହାତ ବଢାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ପ୍ରଶାନ୍ତଙ୍କ ମା । ଯଦି କୌଣସି ହୃଦୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଚାଁହୁଥିବେ ପ୍ରଶାନ୍ତଙ୍କ ସହ ୮୪୫୮୦୮୧୫୮୭ ନମ୍ବରରେ ଯୋଗାଯୋଗ କରି ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ