Masthead

ଇରାନର ଅନେକ ସହର ଉପରେ ମିଶାଇଲ୍‌ ମାଡ କଲା ଇସ୍ରାଏଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି। ଇରାନର ସରକାରୀ ନ୍ୟୁଜ୍‌ ଏଜେନ୍ସି ମୁତାବକ,ଇରାନର ଇସାଫହାନ ସହରର ଏୟାରପୋର୍ଟ ଉପରେ ମିଶାଇଲ୍‌ ମାଡ ହୋଇଥିବା ଜଣାପଡିଛି। ଏହି ସହରରେ ଅନେକ ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଅଛି। ଇରାନର ସବୁଠୁ ବଡ଼ ୟୁରାନିୟମ ପ୍ରୋଗ୍ରାମ ଏଠାରୁ ଚାଲିଥାଏ। ଏହି ମିଶାଇଲ ମାଡ ପରେ ଅନେକ ବିମାନ ଉଡାଣ ବାତିଲ କରାଯାଇଛି।

କିଛି ଦିନ ପୂର୍ବରୁ ଇସ୍ରାଏଲ୍ ଉପରେ ଡ୍ରୋନ୍ ମିଶାଇଲ ଆକ୍ରମଣ କରିଥିଲା ଇରାନ୍। ଶହ ଶହ ସଂଖ୍ୟାରେ ମିଶାଇଲ ଇସ୍ରାଏଲ୍ ଉପରକୁ ମାଡ଼ କରିଥିଲା । ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ ଚିହ୍ନଟ କରିଥିଲା । ଡ୍ରୋନରେ ବାଲିଷ୍ଟିକ ମିଶାଇଲ ସହ କ୍ରୁଜ ମିଶାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦାବି କରିଥିଲା ଯେ ଇରାନ ଇସ୍ରାଏଲ ଉପରେ ୧୦୦ ରୁ ଅଧିକ ଡ୍ରୋନ୍ ଏବଂ ୨୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲ୍ ସେନା କହିଛି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଇସ୍ରାଇଲ ଆକାଶ ଛୁଇଁବା ପୂର୍ବରୁ ଏସବୁ ନଷ୍ଟ କରିବା ଲାଗି ତୟାର ରହିଛି ଆଣ୍ଟି-ମିଶାଇଲ ସିଷ୍ଟମ । ହାଇ ଆଲର୍ଟରେ ରହିଛି ଇସ୍ରାଏଲର ବାୟୁ ଏବଂ ନୌସେନା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ