Masthead

ଭୋଟିଂ ବେଳେ ବସ୍ତରରେ ବିସ୍ଫୋରଣ

ଛତିିଶଗଡ଼ (ବଡ଼ ଖବର ବ୍ୟୁରୋ): ଛତିଶଗଡରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବସ୍ତର ଆସନ ପାଇଁ ମତଦାନ ଚାଲିଛି । ନିର୍ବାଚନ ଡ୍ୟୁଟି ସମୟରେ ଏଠାରେ ଆଇଇଡି ବିସ୍ଫୋରଣ ଘଟିଛି । ଏହି ଆଇଇଡି ବିସ୍ଫୋରଣରେ ସିଆରପିଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆହତ ହୋଇଛନ୍ତି । ଏହାପୂର୍ବରୁ, ପୋଲିଂ ବୁଥ ଠାରୁ ୫୦୦ ମିଟର ଦୂରରେ ୟୁବିଜିଏଲର ସେଲ୍ ବିସ୍ଫୋରଣ ହୋଇଥିଲା । ଏହି କାରଣରୁ ଡ୍ୟୁଟିରେ ଥିବା ସିଆରପିଏଫ ଯବାନ ଆହତ ହୋଇଥିଲେ ।

ସୂଚନାନୁସାରେ, ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା ହିଂସା ମଧ୍ୟରେ ବିଜାପୁରର ଭୌରମଗଡ ପୋଲିସ ଷ୍ଟେସନ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ଘଟିଛି । ଏହି ଆଇଇଡି ବିସ୍ଫୋରଣରେ ଶିକାର ହେବା ପରେ ସିଆରପିଏଫ ଯବାନ ମନୁ ଏଚସି ଆହତ ହୋଇଛନ୍ତି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବାମ ଗୋଡ ଏବଂ ବାମ ହାତରେ ଆଘାତ ଲାଗିଛି । ସେପଟେ ମଣିପୁରରେ ମଧ୍ୟ ହିଂସା ଦେଖାଦେଇଛି । ଏଠାରେ ମତଦାନ ଚାଲିଥିବାବେଳେ ଏକ ବୁଥ ବାହାରେ ଗୁଳିମାଡ ହୋଇଥିବା ଖବର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ