Masthead

ନକ୍ସଲ ହତ୍ୟା ଘଟଣା, ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର

ରାଇଘର (ବଡ଼ ଖବର ବ୍ୟୁରୋ): ଛତିଶଗଡ କାଙ୍କେର ଜିଲା ଛୋଟେବେଥିଆ ଥାନା ଜଙ୍ଗଲ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ୨୯ ଜଣ ନକ୍ସଲଙ୍କ ମଧ୍ୟରୁ ୯ ଜଣ ନକ୍ସଲଙ୍କ ପରିବାର କାଙ୍କେର ପହଞ୍ଚିଥିଲେ। ସମସ୍ତ ମୃତଦେହ ଗୁଡ଼ିକର ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ପାତ୍ରପୁର, ଛୋଟେବେଥିଆ, ଦୁର୍ଗୁକୋଣ୍ଡାଲ ଓ ମେନପୁରରୁ ସମ୍ପର୍କୀୟମାନେ ପହଞ୍ଚି ନିଜ ନିଜ ଲୋକଙ୍କ ଶବ ଘରକୁ ନେଇଛନ୍ତି ।

ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଡିଭିସି କମାଣ୍ଡର ଶଙ୍କର ରାଓ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହ ସଂଗ୍ରହ କରିବାକୁ ତେଲେଙ୍ଗାନାର ପରିବାର ପହଞ୍ଚିଛନ୍ତି। ମୃତ ନକ୍ସଲମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇ କାନକର ମେଡିକାଲ କଲେଜକୁ ହସ୍ତାନ୍ତର କରାଯିବ ପରେ ନକ୍ସଲଙ୍କ ପରିବାର ଆସି ମୃତ ଶରୀର ନେବାକୁ ଚାହିଁଲେ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରକାଶ ଥାଉକି କମାଣ୍ଡର ଶଙ୍କର ରାଓଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା ରହିଥିଲା । ଯାହାକି ଏହି ଏନକାଉଣ୍ଟରରେ ଚଳିତବର୍ଷର ପୁଲିସକୁ ସବୁଠାରୁ ବଡ଼ ସଫଳତା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା