Masthead

କୃଷି ବୀମାରାଶି ପାଇଁ ପାଟଣାଗଡ଼ରେ ଚାଷୀ ଆନ୍ଦୋଳନ

ପାଟଣାଗଡ଼, (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଏକ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ । ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପାଟଣାଗଡ଼ ବ୍ଲକର ଅଧିକାଂଶ ଚାଷୀ ଫସଲ ବୀମା କରିଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ପାଟଣାଗଡ଼ ପଞ୍ଚାୟତ ସମିତିର ଅନେକ ପଞ୍ଚାୟତକୁ ଫସଲ ବୀମା ପ୍ରଦାନ କରାଯାଇନାହିଁ। ଏହାକୁ ନେଇ ଆଜି ପାଟଣାଗଡ଼ ବ୍ଲକର ଚାଷୀମାନେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ଋତୁର ଫସଲ ବୀମା ଶୀଘ୍ର ପ୍ରଦାନ କରିବାକୁ ଦାବି କରାଯାଇଛି। ସେହିପରି ଅଞ୍ଚଳର ଚାଷୀମାନେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଗଭୀର କୂପ ଖନନ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରି ଟଙ୍କା ପଇଠ କରିଥିଲେ ସୁଦ୍ଧା ଏଯାବତ କୌଣସି ସୁଫଳ ମିଳିପାରିନାହିଁ । ଏହି ସମସ୍ୟାର ତୁରନ୍ତ ସମାଧାନ, ମଣ୍ଡିରେ ଚାଷୀଙ୍କ ଧାନ ଠିକ ଭାବରେ ବିକ୍ରି, ଧାନକିଣାରେ କଳାବଜାରି ବନ୍ଦ ପ୍ରଭୃତି ସମସ୍ୟା ସମ୍ପର୍କରେ ଦାବିପତ୍ରରେ ଉଲ୍ଲେଖ ରହିଛି।
ଅପରପକ୍ଷରେ ପାଟଣାଗଡ଼-ବଲାଙ୍ଗିର ମୁଖ୍ୟ ରାସ୍ତାର ସରମୁହାଣଠାରେ ଶତାଧିକ ଚାଷୀ ଏସବୁ ଦାବି ଉପସ୍ଥାପନ କରି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ଅଟକି ରହିଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ସେହି ସମୟରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଉକ୍ତ ରାସ୍ତାରେ ଯିବା ସମୟରେ ତାଙ୍କୁ ଚାଷୀମାନେ ଅଟକାଇଥିଲେ। ଚାଷୀ ଏବଂ ସାଂସଦଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସାଂସଦ ଚାଷୀଙ୍କୁ ଗାଳିଗୁଲଜ କରି ଜବରଦସ୍ତ ତାଙ୍କ ଗାଡ଼ିକୁ ନେଇ ଘଟଣାସ୍ଥଳରୁ ପଳେଇ ଯାଇଥିଲେ । ଆନ୍ଦୋଳନ ସ୍ଥଳରେ ପାଟଣାଗଡ଼ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା ପହଞ୍ଚି ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଭକ୍ତବନ୍ଧୁ ନାଏକ, ଯତି ପ୍ରଧାନ, ଜୟନ୍ତ କୁମ୍ଭାର, ଚତୁର୍ମୁଖ ମେହେର, ସବିତା ସରାଫ, ଦେବକୀ ତାଣ୍ଡି, କରମ ସିଂ ସରାଫ, ବଲ୍ଲଭ ଧରୁଆ, ଭୀମସେନ ଖର୍ସେଲ, ଜ୍ଞାନରଞ୍ଜନ ସାହୁ, ବୈଦ୍ୟନାଥ କରନ, ଦାନି ଜାଲ, ଶ୍ରଦ୍ଧାକର ରାଉତ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା