Masthead

“ଟିକେଟ ଦେଇ ଟିକେଟ କାଟିବା କାରଣ କଣ”

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ତଳସରା ଆସନରୁ ବେବେନ୍ଦ୍ରଙ୍କୁ ଟିକେଟ ମିଳିବା ପରେ ଦଳ ଛାଡ଼ିଲେ ପ୍ରବୋଧ । ଟିକେଟ ଦେଇ ଟିକେଟ କାଟିବା କାରଣ କଣ ବୋଲି କହିଛନ୍ତି ପ୍ରବୋଧ ତିର୍କୀ । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରଥମେ ହକି ତାରକା ପ୍ରବୋଧ ତିର୍କୀଙ୍କ ନାଁ ଘୋଷଣା କରିଥିଲା । ନାଁ ଘୋଷଣା ପରେ ତଲସରାରେ ପ୍ରଚାର ମଧ୍ୟ କରିଥିଲେ ପ୍ରବୋଧ । କିନ୍ତୁ ହଠାତ୍ ପ୍ରବୋଧଙ୍କ ଟିକେଟ୍‌ କାଟି ଦେଇଥିଲା କଂଗ୍ରେସ ।

ତାଙ୍କ ବଦଳରେ ଦଳ ଦେବେନ୍ଦ୍ର ଭିତରିଆଙ୍କୁ ଟିକେଟ୍ ଦେଇଥିଲା । ପ୍ରବୋଧ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲି କିନ୍ତୁ ବିଫଳ ହେଲି । ଲୋକଙ୍କ ସେବା କରିବାକୁ କଂଗ୍ରେସରେ ସାମିଲ ହୋଇଥିଲି କିନ୍ତୁ ଦଳରେ ସମ୍ମାନ ମିଳିଲାନି । ଏବେ କଂଗ୍ରେସ ଛାଡ଼ିଲି କର୍ମୀଙ୍କ ସହ ଆଲୋଚନା କରି ଆଗକୁ ନିଷ୍ପତ୍ତି କ’ଣ ନେବି ସେ ବାବଦରେ ଜଣାଇବି । ଗତବର୍ଷ ସେପ୍ଟେମ୍ବର ମାସରେ ଚାକିରି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ପ୍ରବୋଧ ତିର୍କୀ। ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରବୋଧ କଂଗ୍ରେସରେ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ