Masthead

ପ୍ରଚାର ମଇଦାନରେ ଆକାଶ

କୋରେଇ (ବଡ଼ ଖବର ବ୍ୟୁରୋ): କୋରେଇ ନିର୍ବାଚନମଣ୍ଡଳରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବରେ ପୂର୍ବତନ ବିଧାୟକ ତଥା ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆକାଶ ବିଜେଡି ଛାଡି ବିଜେପିରେ ଯୋଗଦେବା ଏବଂ ବିଜେପିରୁ ପ୍ରାର୍ଥୀ ହେବା ପରେ ପୁରାତନ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଥିଲା । କର୍ମୀ ମାନଙ୍କ ସହ ଯାହାର ଆମନା ସାମନା କରାଇଛନ୍ତି କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ।

ଏକ ଆଲୋଚନା ସଭାରେ ପୁରାତନ ଦଳୀୟ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରି ଦଳର ତଥା ଦଳୀୟ କର୍ମୀଙ୍କର ବିଶ୍ବାସଭାଜନ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଆକାଶ । ତେବେ ସଞ୍ଚିତା ମହାନ୍ତିଙ୍କ ଯାଜପୁର ରୋଡ ସ୍ଥିତ ବାସଭବନରେ ଏହି ଆଲୋଚନା ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ କର୍ମୀମାନଙ୍କୁ ଆଦର ସହକାରେ ଆପଣେଇ ନେଇଥିଲେ ଆକାଶ । ସଞ୍ଚିତା ମଧ୍ୟ ପ୍ରଚାର ମଙ୍ଗ ଧରିବାକୁ ଶପଥ ନେଇଥିଲେ । ସେପଟେ ସାରା ଭାରତ ବର୍ଷରେ ମୋଦିଙ୍କ ହାୱା ବହୁଥିବା ବେଳେ କେବଳ କୋରେଇରେ ନୁହେଁ ବରଂ ସାରା ରାଜ୍ୟରେ ମଧ୍ୟ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ।

ଏବଂ ଏଥର ନିଶ୍ଚିତ ପରିବର୍ତ୍ତନ ହେବ ବୋଲି ଦୃଢ଼କ୍ତି ସହ କହିଛନ୍ତି ଆକାଶ । ଗତ କିଛି ଦିନ ତଳେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ କୋରେଇ ନିର୍ବାଚନମଣ୍ଡଳିରେ ତାଙ୍କ ବିପକ୍ଷରେ ବିଜେଡି ଦଳ କାହାକୁ ଟିକେଟ ଦେବ ତାହା ଏଯାଏ ସ୍ଥିର ହୋଇପାରିନି । ଅନ୍ୟପଟେ କୋରେଇରେ ଓଡ଼ିଶାର ହେବିୱେଟ ନେତା ପ୍ରଣବ ପ୍ରକାଶ ଦାସ କିମ୍ବା ତାଙ୍କର କେହି ଆନୁଗତ୍ୟ ଏବଂ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ନୀ ତଥା ସିନେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ୟ୍ୟ ନାମ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ