ବ୍ରିଜ ନାହିଁ ତ ଭୋଟ ନାହିଁ

କଣ୍ଟାବାଞ୍ଜି (ବଡ଼ ଖବର ବ୍ୟୁରୋ): ବ୍ରିଜ ନାହିଁ ତ ଭୋଟ ନାହିଁ । ଏଭଳି ଚେତାବନୀ ଦେଇଛି ଗରିବ ସେନା ସଂଗଠନ ଏବଂ ପଞ୍ଚାୟତବାସୀ । ବଙ୍ଗୋମୁଣ୍ଡା ବ୍ଲକର ଉନ୍ଦେର ନଦୀରେ ମମିଆ-ତୁରେକେଲା ବ୍ରିଜ ନିର୍ମାଣ ଦାବିରେ ଗରିବ ସେନା ସଂଗଠନ କଣ୍ଟାବାଞ୍ଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୨୦ ବର୍ଷରୁ ମମିଆ- ତୁରେକେଲା ବ୍ରିଜ ନିର୍ମାଣ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଅଣ ଦେଖା କରିଆସୁଛନ୍ତି ।

ଏହି ନଦୀରେ ବ୍ରିଜ ନଥିବାରୁ ଅନେକ ଛାତ୍ରଛାତ୍ରୀ ,ଚାଷୀ, ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତରେ ଥିବା ଏହି ନଦୀ ପାର କରି ଅନେକ ଲୋକ ଯିବା ଆସିବା କରନ୍ତି। ନଦୀ ପାର କରିବା ସମୟରେ ଅନେକ ଲୋକ ନିଜର ଧନ ଓ ଜନ ମଧ୍ୟ ପୂର୍ବରୁ ହରାଇଛନ୍ତି । ପୂର୍ବରୁ ଅନେକ ଥର ରାଜ୍ୟ ସରକାର ଓ ୫ଟି ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଏହି ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିବା ବେଳେ ଅଞ୍ଚଳର ସମସ୍ୟା ପ୍ରତି ଧ୍ୟାନ ଦେଇ ନାହାନ୍ତି । ଯାହା ଦ୍ବାରା ଆମ୍ଭେ ନିରାଶ ହୋଇ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟ ବର୍ଜନ ନେଇ ଚେତାବନୀ ଦେଇଛନ୍ତି ।

ଝଳପ୍, ଜାମଖୁଣ୍ଟା ଓ ଗନ୍ଧର୍ଲା ପଞ୍ଚାୟତର ୨୦ ହଜାରରୁ ଅଧିକ ଲୋକ ଭୋଟ ବର୍ଜନ କରିବା ପାଇଁ ଚେତବନୀ ଦେଇଥିଲେ। ଗରିବ ସେନା ସଂଗଠନ ସଭାପତି ଦିନେଶ ତାଣ୍ଡି, ସମ୍ପାଦକ ଜୟନ୍ତ କୁମାର ସାହୁ, ଅମରେନ୍ଦ୍ର ନନ୍ଦ, ୱାର୍ଡ ସଭ୍ୟ ଭଗତ ରାମ ଭୋଇ, ଦୁଷ୍ମନ୍ତ ବେହେରା, ଛବି ବେହେରା, ତୁରେକେଲା-ମମିଆ ବ୍ରିଜ କମିଟି ସଭାପତି ବୈବ ମଙ୍ଗରାଜ, ଉମାକାନ୍ତ ବେହେରା, ବୁଲୁ ହିଆଁଲ, ହୃଷୀ ସାହୁ, ତପୁ ସାହୁ, ପିଙ୍କୁ ସୁନା, ବବଲୁ ଜାଲ, ଆଲୋକ ସୁନାଙ୍କ ସହ ଶତାଧିକ ଲୋକ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!