Masthead

ବ୍ରିଜ ନାହିଁ ତ ଭୋଟ ନାହିଁ

କଣ୍ଟାବାଞ୍ଜି (ବଡ଼ ଖବର ବ୍ୟୁରୋ): ବ୍ରିଜ ନାହିଁ ତ ଭୋଟ ନାହିଁ । ଏଭଳି ଚେତାବନୀ ଦେଇଛି ଗରିବ ସେନା ସଂଗଠନ ଏବଂ ପଞ୍ଚାୟତବାସୀ । ବଙ୍ଗୋମୁଣ୍ଡା ବ୍ଲକର ଉନ୍ଦେର ନଦୀରେ ମମିଆ-ତୁରେକେଲା ବ୍ରିଜ ନିର୍ମାଣ ଦାବିରେ ଗରିବ ସେନା ସଂଗଠନ କଣ୍ଟାବାଞ୍ଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୨୦ ବର୍ଷରୁ ମମିଆ- ତୁରେକେଲା ବ୍ରିଜ ନିର୍ମାଣ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଅଣ ଦେଖା କରିଆସୁଛନ୍ତି ।

ଏହି ନଦୀରେ ବ୍ରିଜ ନଥିବାରୁ ଅନେକ ଛାତ୍ରଛାତ୍ରୀ ,ଚାଷୀ, ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତରେ ଥିବା ଏହି ନଦୀ ପାର କରି ଅନେକ ଲୋକ ଯିବା ଆସିବା କରନ୍ତି। ନଦୀ ପାର କରିବା ସମୟରେ ଅନେକ ଲୋକ ନିଜର ଧନ ଓ ଜନ ମଧ୍ୟ ପୂର୍ବରୁ ହରାଇଛନ୍ତି । ପୂର୍ବରୁ ଅନେକ ଥର ରାଜ୍ୟ ସରକାର ଓ ୫ଟି ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଏହି ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିବା ବେଳେ ଅଞ୍ଚଳର ସମସ୍ୟା ପ୍ରତି ଧ୍ୟାନ ଦେଇ ନାହାନ୍ତି । ଯାହା ଦ୍ବାରା ଆମ୍ଭେ ନିରାଶ ହୋଇ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟ ବର୍ଜନ ନେଇ ଚେତାବନୀ ଦେଇଛନ୍ତି ।

ଝଳପ୍, ଜାମଖୁଣ୍ଟା ଓ ଗନ୍ଧର୍ଲା ପଞ୍ଚାୟତର ୨୦ ହଜାରରୁ ଅଧିକ ଲୋକ ଭୋଟ ବର୍ଜନ କରିବା ପାଇଁ ଚେତବନୀ ଦେଇଥିଲେ। ଗରିବ ସେନା ସଂଗଠନ ସଭାପତି ଦିନେଶ ତାଣ୍ଡି, ସମ୍ପାଦକ ଜୟନ୍ତ କୁମାର ସାହୁ, ଅମରେନ୍ଦ୍ର ନନ୍ଦ, ୱାର୍ଡ ସଭ୍ୟ ଭଗତ ରାମ ଭୋଇ, ଦୁଷ୍ମନ୍ତ ବେହେରା, ଛବି ବେହେରା, ତୁରେକେଲା-ମମିଆ ବ୍ରିଜ କମିଟି ସଭାପତି ବୈବ ମଙ୍ଗରାଜ, ଉମାକାନ୍ତ ବେହେରା, ବୁଲୁ ହିଆଁଲ, ହୃଷୀ ସାହୁ, ତପୁ ସାହୁ, ପିଙ୍କୁ ସୁନା, ବବଲୁ ଜାଲ, ଆଲୋକ ସୁନାଙ୍କ ସହ ଶତାଧିକ ଲୋକ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି