Masthead

ଟିକେଟର କିଏ ରଖିଲା ପ୍ରତିଶ୍ରୁତି, କିଏ ଦେଲା ଧୋକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିକୁ ଘାରିଛି ଦଳ ଅଦଳବଦଳ ନିଶା । ନେତା ମାରୁଛନ୍ତି ଲମ୍ଫ । ନିଜ ତିଅଣରେ ନାହିଁ ଆଉ ସୁଆଦ, ପର ତିଅଣ ପ୍ରତି ବଢୁଛି ଅଗ୍ରହ । ଦଳ ଗୁଡିକର ପାଣି ଏବେ ଭାରି ଗୋଳିଆ । ଜନତାଙ୍କୁ ନୁହେଁ ନେତାଙ୍କୁ ଦେଖି ପ୍ରାର୍ଥୀ ଘୋଷଣା କରୁଛନ୍ତି ରାଜନୈତିକ ପାର୍ଟି । କାହିଁକି ନା ତାଙ୍କୁ ଆସନ ଗୁଡିକ ଦଖଲ କରିବାର ଲକ୍ଷ ନେଇ ମଇଦାନରେ କରୁଛନ୍ତି କସରତ । ମାନସ ମନ୍ଥନରୁ ଜନ୍ମିତ ମାନସ ପୁତ୍ରକୁ କରୁଛନ୍ତି ଭରଷା । ଯେଣେତେଣେ ୨୪ ସିଂହାସନ ହାତେଇବା ଟାର୍ଗେଟରେ ବିଭିନ୍ନ ଦଳ । ସେଣିକି ସେ ଶତ୍ରୁ ହେଉ କି ମିତ୍ର । ନିଜ ଦଳକୁ ଆଣି ତାକୁ ବନାଇ ଦେଉଛନ୍ତି ସୁନାମୁଣ୍ଡା । ଭୁଲି ଯାଉଛନ୍ତି ଦିନେ ସେ ତାଙ୍କ ପାଇଁ କେତେ ଥିଲା ବିପଦଜନକ । କଥା ଅଛି ଯିଏ କରେ ରାଜନିତୀ ତା ପାଇଁ ସବୁ ସମ୍ଭବ ।

ନଥାଏ ନୀତି ଓ ନୈତିକତା । ଭୁଲି ଯାଆନ୍ତି ନିଜର ଆଦର୍ଶ । ୨୦୧୯ ଅପେକ୍ଷା ୨୦୨୪ ନିର୍ବାଚନରେ ବଢିଛି ଏହି ଭଳି ନେତାଙ୍କ ସଂଖ୍ୟା । କଂଗ୍ରେସରୁ ବିଜେପି – ବିଜେଡି , ବିଜେପିରୁ ବିଜେଡି – କଂଗ୍ରେସ ଓ ଶେଷରେ ବିଜେଡିରୁ କଂଗ୍ରେସ ଏବଂ ବିଜେପିକୁ କରନ୍ତି ଚୟନ । ନିଜର ରାଜନୈତିକ ଯାତ୍ରାକୁ ଆଗକୁ ବଢାଇବା ପାଇଁ ଭୁଲିଯାଆନ୍ତି କଣ ଥିଲେ , କାହା ପାଇଁ ବନିଥିଲେ ଆଉ ଆଜି କ’ଣ କରୁଛନ୍ତି । କର୍ମକର୍ତ୍ତାଙ୍କ ମୁଣ୍ଡଭୁଆ ଝାଳକୁ ବି ଭୁଲି ନିଜର ଉଠାନ୍ତି ଫାଇଦା । ଚଳିତ ନିର୍ବାଚନରେ ହିଟ୍ଲିଷ୍ଟରେ ଅଛି ହେଭିୱେଟଙ୍କ ନାଁ । ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅଧିରାଜ ପାଣିଗ୍ରାହୀ । ପୂବତନ ସାଂସଦ ଓ ପୂବତନ ବିଧାୟକଙ୍କ ସମେତ ସିପ୍ରା ମଲ୍ଲିକ, ଗଣେଶ୍ୱର ବେହେର, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମନ୍ମଥ ରାଉତରାୟ, ଆକାଶ ଦାସ ନାୟକ, ବର୍ଷା ପ୍ରିୟଦର୍ଶନୀ, ସିଦ୍ଧାନ୍ତ ମହାପାତ୍ର, ପ୍ରକାଶ ବେହେରାଙ୍କ ଭଳି ଅନେକ ତୁଙ୍ଗନେତାଙ୍କୁ ବର୍ତ୍ତମାନ ସୁଧା ଟିକେଟ ଦେଇ ପ୍ରତିଶ୍ରୁତି ରକ୍ଷା କରିଥିବା ବେଳେ ଅନେକଙ୍କୁ ମଧ୍ୟ ଚିନ୍ତାରେ ପକାଇଛନ୍ତି ପାର୍ଟି ମୁଖିଆ ।

ବିଧାୟକ ସୁକାନ୍ତ ନାୟକ, ଅଭିନେତା ଅରିନନ୍ଦମ ରାୟଙ୍କ ଭଳି ଟେନସନରେ ଅନେକ ବ୍ୟକ୍ତି ବିଶେଷ ଅଛନ୍ତି । ତାଙ୍କୁ ଏବେ ଘାରିଛି କ୍ଷମତାର ଲୋଭ । ହେଲେ ହୋଇପାରୁନି ସକ୍ସେସ । କାମ ଦେଉନି କିଛି ବି ପ୍ଲାନ । ରାତିରେ ହଜୁଛି ନିଦ । ଲାଗୁନି ଭୋକ କି ଶୋଷ । କାହିଁକି ନା ଶେଷ ପର୍ଯ୍ୟାୟରେ ଟିକେଟ ଘୋଷଣା । ଆଉ ନାହିଁ ସୁଜଗ । ହାତ ଗଣତି ହୁଏତ ଆଉ କିଛି ଆମଦାନୀ ନେତାଙ୍କ ଭାଗ୍ୟରେ ଲେଖା ହୋଇପାରେ ଟିକେଟ । ତାହା ବି କହି କି ଭାବି ହେଉନି । ଏଠୁ ସ୍ପଷ୍ଟ କି ନିଜ ଲୋକଙ୍କ ଉପରୁ ତୁଟୁଛି ଭରଷା, ଦଳ ଡିଆଁ ନେତାଙ୍କ ଉପରେ ବଢୁଛି ଆଶା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ