Masthead

ଯୁୁଦ୍ଧ ଭୂମିରେ ପାଦ ଥାପିବା ପୂର୍ବରୁ ମାଷ୍ଟର ପ୍ଲାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରଣଭୂମି ପାଲଟିବ ରାଜ୍ୟ ରାଜନୀତି । ମଇଦାନକୁ ଓହ୍ଲାଇବେ ହେଭିୱେଟ । ୨୪ ବନମା ୨୫ ଫାଇଟ । ଓଡ଼ିଶାରେ ୨୪ରୁ ସରଗରମ ହେବ ପ୍ରଚାର । ବଢୁଛି ତାତି ବଢିବ ପ୍ରଚାର ଉଷ୍ମତା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଆସନ ହିଞିଳିରୁ ଦେବେ ଶଙ୍ଖନାଦ । ପଶ୍ଚିମ ଓଡ଼ିଶା ସୋନପୁରରୁ ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ ଦଳର ପ୍ରଚାର କରିବେ ଶ୍ରୀ ଗଣେଶ । କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ ଓଡ଼ିଶା ଆସି ହାତ ହଲାଇ ଦଳକୁ ଦେବେ ବଳ । ଦୁବଦୁବିରେ ଉଠିବ ପଡିବ ଚାରିଆଡ । କମ୍ପିବ ଗାଁଠୁ ସହର । ଜମିବ ଷ୍ଟାର ୱାର । ଷ୍ଟାରଲିଷ୍ଟ ଜାରି କରସାରିଛନ୍ତିି କଂଗ୍ରେସ ଓ ବିଜେଡି । ପଛରେ ପଡିଛି ବିଜେପି । ଏବେ ଚାଲନ୍ତୁ ଜାଣିବା ମଇଦାନକୁ ନ ଓହ୍ଲାହୁଣୁ କାହାକୁ ଘାରିଛି ଭୟ । ଛକାପଞ୍ଝା ଭିତରେ ଶାହ ଆସିବା ପୂର୍ବରୁ ବିଜେଡି ଖେଳିଛି ମାଷ୍ଟ୍ରର ଷ୍ଟ୍ରୋକ୍ । ଷଷ୍ଠ ଥର ସରକାର ଗଢିବା ପାଇଁ ହୁକକୁକ୍ ଫର୍ମୁଲାକୁ କରିଛି ପାଥେୟ ।

ଦଳର ବ୍ରାଣ୍ଡ ନବୀନ ଦଳର ଚିହ୍ନ ଥିବା କ୍ୟପ ପିନ୍ଧି ଫଟୋକୁ ଲୋକ ଲୋଚନକୁ ଆଣିଲେ । ସୋସିଆଲ ମିଡିଆରେ ଭାଇରାଲ କରି ଗସ୍ତ ସୂଚୀକୁ ସାମ୍ନାକୁ ଆଣିଛି ଦଳ । କୁହାଯାଉଛି ଅମିତଙ୍କ ଗସ୍ତକୁ ଶୂନ୍ୟ କରିବା ପାଇଁ ଏ ପ୍ଲାନ୍ । କିନ୍ତୁ ବିଜେପି ବି କ’ଣ ବୁଝି ପାରିନି ଶଙ୍ଖ ଦଳର ଚାଲ । ସେଥିପାଇଁ ତ ପଶ୍ଚିମ ଓଡ଼ିଶାରେ ନବୀନ ଲଢୁଥିବା ସଂସଦୀୟ କ୍ଷେତ୍ରକୁ ଦଳ ପକାଇଛି ଆଖି । ସେଇଠୁ ହିଁ ୨୪ ବିଜୟ ବାନା ଉଡାଇବା ପାଇଁ କରିଛି ଗୋଟି ଚାଳନା । ୧୯ରେ ଦଖଲକୁ ଆସିଥିବା ସଂସଦୀୟ ଆସନରୁ କଂଗ୍ରେସ ରାହୁଲଙ୍କୁ କରିବ ପ୍ରୋଜେକ୍ଟ । ପୁଣି ସରକାରକୁ ଫେରିବା ଆଶା ଓ ୯ରୁ୯୦ ସ୍ୱପ୍ନ ପୂରଣ ପାଇଁ ଦଳର ଚାଲ । ଭୟ ଭିତରେ ଯୁୁଦ୍ଧ ଭୂମିକୁ ପଡିବ ହେବିୱଟଙ୍କ ପାଦ । ସମୟ କହିବ କିଏ କେତେ ପାୱର ଫୁଲ । କିଏ କେତେ ଦଳ ପାଇଁ ହୋଇଛନ୍ତି ବଳ । କିଏ କାହା ଉପରେ ଭାରି ପଡି ଦଳର ଉଡାଇ ପାରୁଛନ୍ତି ବିଜୟର ବାନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ