କଂଗ୍ରେସରେ ମିଶିଲେ ଏକାଧିକ ବିଜେଡି କର୍ମୀ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ବିଜୁ ଜନତା ଦଳରେ ଭିତିରିଆ ଫାଟ। ଫାଟକୁ ନେଇ କଂଗ୍ରେସ ଉଠାଇବା ପାରେ ଫାଇଦା ବୋଲି ଜୋର ଧରିଛି ଚର୍ଚ୍ଚା। ତିର୍ତ୍ତୋଲ ରାଜନୀତିରେ ବିଜୁ ଜନତା ଦଳର ନେତାଙ୍କ ମଧ୍ୟରେ ଟିକେଟ ବଣ୍ଟନ ନେଇ ଭିତିରିଆ ଗୋଷ୍ଠୀ କନ୍ଦଳ କୁହୁଳୁଥିବା ବେଳେ ଅଣଦେଖାକୁ ନେଇ ଅନ୍ୟ ଦଳକୁ ଆପଣାଉଛନ୍ତି ବିଜେଡି କର୍ମୀ। ଏଭଳି ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ । ତିର୍ତ୍ତୋଲ ବ୍ଲକର ଏକ ଘରୋଇ ମଣ୍ଡପରେ କଂଗ୍ରସର ହୋଇଥିବା ମିଶ୍ରଣ ପର୍ବରେ ୫୦ରୁ ଅଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଥିବା ଦେଖିବାକୁ ମିଳିଛି।

ବିସନପୁର ପଞ୍ଚାୟତର ଏକାଧିକ ମୁସଲିମ ସମ୍ପ୍ରଦାୟର ବରିଷ୍ଠ ବିଜେଡି କର୍ମୀ ବିଜେଡିର ଅଗଣତାନ୍ତ୍ରିକ ଶାସନ, ମୁସଲିମ କର୍ମୀମାନଙ୍କୁ ଅସହଯୋଗ ସହ ମୁସଲିମ ପରିବାରକୁ ଅଣଦେଖା, ମିଛ ପ୍ରତିଶ୍ରୁତି ଏବଂ ବିଜେଡି ବିଜେପିର ଅଘୋଷିତ ମେଣ୍ଟକୁ ବିରୋଧ କରି ବିଜୁ ଜନତା ଦଳ ତ୍ୟାଗ କରିଥିବା ନିଜର ମତ ରଖିଛନ୍ତି। ଆମେ ଚାହୁଁଛୁ ପରିବର୍ତ୍ତନ। ତିର୍ତ୍ତୋଲରେ ଉପନିର୍ବାଚନ ଠାରୁ ଅନବରତ ଭାବେ ହିମାଂଶୁ ଭୂଷଣ ମଲ୍ଲିକଙ୍କ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ, ତିର୍ତ୍ତୋଲ ଅଞ୍ଚବାସୀଙ୍କ ସ୍ୱାର୍ଥ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆନ୍ଦୋଳନ କରିଆସୁଛନ୍ତି । ତେଣୁ ତାଙ୍କର ଏଭଳି କାର୍ଯ୍ୟ ଦେଖି ଏକାଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଥିବ କଥା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ