Masthead

ସତ୍ୟବ୍ରତଙ୍କ ସତ୍ୟାଗ୍ରହ

ନରସିଂହପୁର, (ବଡ଼ ଖବର ବ୍ୟୁରୋ): ହାତରେ ତ୍ରିରଙ୍ଗା ପତକା ଆଉ ବେକରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ଲାକାର୍ଡ । ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୪୬୪ ଦିନ ଧରି ପାଦରେ ଚାଲି ଚାଲି ଯାତ୍ରା କରୁଛନ୍ତି ଏହି ଯୁବକ। ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିନ୍ଧୋଲ ଗ୍ରାମର ସତ୍ୟବ୍ରତ ଦାସ । ସେ ଜଣେ ଉଚ୍ଚ ଶିକ୍ଷିତ । ତାଙ୍କର ଉଦ୍ଦେଶ୍ୟ ନିଜ ଜନ୍ମମାଟି ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା। ୨୦୧୯ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ଆରମ୍ଭ ହୋଇଥିଲା ତାଙ୍କର ପଦଯାତ୍ରା। ଆଜିସୁଦ୍ଧା ସେ ୪୭୮ ଦିନ ହେବ ୯ ହଜାର କିଲୋମିଟର ଚାଲିଚାଲି ଓଡ଼ିଶାର ୨୬୩ଟି ବ୍ଲକରେ ପହଞ୍ଚି ସାରିଛନ୍ତି। ପ୍ରତି ବ୍ଲକରେ ପହଞ୍ଚି ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରିଛନ୍ତି। ତେବେ ସେ ଆଜି କଟକ ଜିଲ୍ଲା ନରସିଂହପୁର ବ୍ଲକରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ତାଙ୍କର ଏଭଳି ପ୍ରୟାସକୁ ଭୂୟଂସୀ ପ୍ରଶଂସା କରାଯାଇଛି । ପରେ ସେ ନରସିଂହପୁର ବିଡିଓଙ୍କ ନିକଟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ।

 

ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାସହ ରାଜସ୍ୱ କ୍ଷତି ହେଉଛି । ବେରୋଜଗାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ଯଦି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମିଳେ, ତେବେ ସାଢେ ୪ କୋଟି ଓଡିଆ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସତ୍ୟବ୍ରତ। ସାଢେ ୪ କୋଟି ଓଡିଆଙ୍କୁ ସଚେତନ କରାଇବା ହେଉଛି ତାଙ୍କର ଲକ୍ଷ୍ୟ । ସେହିପରି ମହାନଦୀ ଜଳ ବିବାଦର ସମାଧାନ, ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବା ଆଦି ଦାବି ନେଇ ସତ୍ୟବ୍ରତ ଓହ୍ଲାଇଛନ୍ତି ସତ୍ୟାଗ୍ରହକୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ