Masthead

ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….?

ପୁରୀ (ବଡ଼ ଖବର ବ୍ୟୁରୋ): ଜଗା.. କଣ ହୋଇଛି ତୋର । ରାଗିଛୁ ନା ଅଭିମାନ କରିଛୁ । ଆଜି କାଇଁ ତୁ ମୁହଁ ଏମିତି କରିଛୁ । ପୂରା ଶୁଖିଯାଇଛି କଳା ଶ୍ରୀମୁଖ । ହସ ନାହିଁ ସେ ଚନ୍ଦ୍ର ବଦନରେ । ସେ ପାନଖିଆ ହସ କୁଆଡ଼େ ହଜିଯାଇଛି । ଶ୍ରୀଅଙ୍ଗରେ କିଛି ନାହିଁ । ତୋ ମୁହଁ ଦେଖି ନିଶ୍ୱାସ ଅଟକିଲା ଭଳି ଲାଗୁଛି । ଯେମିତି ଲାଗୁଛି ଗୁଣ୍ଡିଚା ଯାତ୍ରା ପାଇଁ ଯିବାକୁ ଇଛା ନାହିଁ । କ’ଣ ହେଇଛି । କିଛି ଭୁଲ ଯାଇଛି କି । ତତେ ଆଣିବାରେ କିଛି କଷ୍ଟ ହୋଇଛି । ନା କାହା ଉପରେ ଏତେ ରୋଷ କରିଛୁ ଯେ । ତତେ ଦେଖିବା ପାଇଁ କୋଟି କୋଟି ଭକତ ଅପେକ୍ଷା କରିଥିଲେ । ଆସିଲୁ ଟିକେ ଝଲକ ବି ଦେଖେଇଲୁ । ପୁଣି ଲୁଚିଗଲୁ । ତୋର ସେ ଚାହାଣୀ ସହ ଟାହିଆ ହଲାଇ ଡାକିବାର ଠାଣି ଟିକେ ଦେଖିବା ପାଇଁ ବ୍ୟାକୁଳ ଥିଲେ ଭକ୍ତ । ବିଳମ୍ବ କଲୁ…ଆସିଲୁ…ା ହେଲେ ଏମିତି ବେଶରେ ଆସିଲୁ ଯେ କ୍ଷଣିକ ପାଇଁ ସ୍ପନ୍ଦନ ଅଟକି ଗଲା । ନା ସେ ଚମକ ଥିଲା..ନା ଥିଲା ହସ । କୋଟି ଭକତଙ୍କୁ ମତୱାଲା କରୁଥିବା ସେ ଟାହିଆ ବି ନଥିଲା ।

କିଏ ନେଲାରେ ତୋ ଟାହିଆ । ତୋ ବଂଶୀ ହଜିଯାଇଥିଲା ଆମେ ଜାଣିଥିଲୁ । ହେଲେ ଆଜି ଟାହିଆ ବି ହଜେଇ ଦେଲୁ । ଇଏ ତୋର କି ଲୀଲାରେ । ଯଦି ରାଗିଛୁ ନିଜର ଭାବି କ୍ଷମା କରିଦେ । ଏମିତି ମୁହଁ ଫୁଲେଇ ଗଲେ ମାଆ ଗୁଣିଚା ରାଣୀ କ’ଣ କହିବେ ଯେ । କିଏ ମୋ ଶଙ୍ଖାଳିକୁ କ’ଣ କହିଛି କି.. ଯଦି ପ୍ରଶ୍ନ କରିବେ କ’ଣ ଉତ୍ତର ଦେବେ ସେବାୟତ । ତୁ ହସିଲେ ହୁଏ ଫୁଲ କଢି, ତୁ ଋଷିଲେ ଆସେ ପରା ନଇ ବଢି । ଭକତ ଯଦି ଦେହ ହୁଏ ତୁ ପରା ତାଙ୍କ ମନ । ତୁ ପରା ଅନ୍ଧାର ରାତିର ଜହ୍ନ । ତତେ ଛାଡି ଏ ପିଣ୍ଡରେ ପ୍ରାଣ କେମିତି ରହିବ ଯେ । ଧନଟା ପରା ରାଗେନି କି ଆଉ ଋଷିନା । ଟିକେ ହସି ଦେଇ ଯାଆ । ନହେଲେ ମନଟା ଫେରିବା ଯାଏଁ ଗୋଲେଇ ଘାଣ୍ଟି ହେବ । ନା ତୋର ସେଠି ମନ ଲାଗିବ । ନା ଏଠି ଆମ ମାନଙ୍କର । ସେପଟେ ମାଆ ସାଆନ୍ତାଣି ଏମିତିରେ ଅଭିମାନ କରିଛନ୍ତି । ତୁ ଏମିତି ହୋଇ ଶ୍ରୀମନ୍ଦିର ଛାଡିଲେ ୯ଦିନ କେମିତି ରହିବେ । ଚିନ୍ତାରେ ପଡ଼ିଯିବେ ଜଗତଜନନୀ । ଆମକୁ ନହେଲେ ନାହିଁ ମାଆ ସାଆନ୍ତିଙ୍କୁ ତ କହିଦେ । ମନଟା ବୋଲ ମାନୁନିରେ । ସେ ଚକାଆଖିକୁ ଦେଖିଲେ ଛାତି ଭିତଟା କେମିତି ହୋଇଯାଉଛି । ଧନଟା…ମୋ ଶଙ୍ଖାଳି..ମୋ ରଙ୍କରତନ ଥରୁଟେ ହସିଦେ ଯାଆ..

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ 🔴 କୋଟି କୋଟି ଭକ୍ତଙ୍କ ଭିତରେ ନିଜକୁ ହଜାଇ ଦେବେ ମହାପ୍ରଭୁ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ 🔴 କୋଟି କୋଟି ଭକ୍ତଙ୍କ ଭିତରେ ନିଜକୁ ହଜାଇ ଦେବେ ମହାପ୍ରଭୁ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ