Masthead

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କଲେ ପ୍ରଧାନଶିକ୍ଷକ

ବାହାନଗା (ବଡ଼ ଖବର ବ୍ୟୁରୋ): ବିଜେଡିର ପ୍ରଚାରକ ସାଜିଛନ୍ତି ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତର ଉଦୟନାରାୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ଦାସ । ନିର୍ବାଚନ ଆଚରଣ ବିଧି ସ୍ୱତେ ନିୟମ ମାନୁନାହାନ୍ତି ଏହି ପ୍ରଧାନ ଶିକ୍ଷକ । ଗତ ଏପ୍ରିଲ ୧୨ ରେ ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକର ୪୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିଜେଡିର ବାହାନଗା ବ୍ଲକ ୨୦ ନମ୍ବର ଜିଲ୍ଲାପରିଷଦ ଜୋନ ସଦସ୍ୟ ଶିଶିର ଅଗସ୍ତି ଅତିଥି ଭାବରେ ମଞ୍ଚରେ ବସିଥିଲେ । ମଞ୍ଚରେ ବାହାନଗା ବ୍ଲକ ଶିକ୍ଷାକାରିଣୀ ସୋମାରାଣୀ ସେଠୀ ମଧ୍ୟ ବସିଥିଲେ । କେବଳ ବସି ନଥିଲେ ଭଲ କାମ କରୁଥିବା କହି ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ । ଅଭିଯୋଗ ହେଉଛି ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନକୁମାର ଦାସ ବିଭିନ୍ନ ସମୟରେ ବିଜେଡିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି ।

ପ୍ରଧାନଶିକ୍ଷକଙ୍କ ବୈଠକରେ ବିଜେଡି ଜିଲ୍ଲାପରିଷଦଙ୍କୁ ଡାକି ନିଜ ସପକ୍ଷରେ ଭୋଟ ଯିବାପାଇଁ ଏହା ଏକ ଷଡଯନ୍ତ୍ର । ଖାଲି ସେତିକି ନୁହଁ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଫଟୋ କୁ ସେୟାର କରିଛନ୍ତି ନିଜେ ପ୍ରଧାନଶିକ୍ଷକ । ଏ ନେଇ ସ୍ଥାନୀୟ ଅଞ୍ଚଳର ତପନ ଅଗସ୍ତି ନିର୍ବାଚନ ଆଚରଣ ବିଧି ଉଲଂଘନ କରାଯାଇଥିବା କହି ନିର୍ବାଚନ ଆୟୋଗଙ୍କ ସହ ବାଲେଶ୍ବର ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଅତିରିକ୍ତ ଶିକ୍ଷାଧିକାରା ଧରଣୀଧର ପାତ୍ର ବାହାନଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼