ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କଲେ ପ୍ରଧାନଶିକ୍ଷକ

ବାହାନଗା (ବଡ଼ ଖବର ବ୍ୟୁରୋ): ବିଜେଡିର ପ୍ରଚାରକ ସାଜିଛନ୍ତି ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତର ଉଦୟନାରାୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ଦାସ । ନିର୍ବାଚନ ଆଚରଣ ବିଧି ସ୍ୱତେ ନିୟମ ମାନୁନାହାନ୍ତି ଏହି ପ୍ରଧାନ ଶିକ୍ଷକ । ଗତ ଏପ୍ରିଲ ୧୨ ରେ ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକର ୪୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିଜେଡିର ବାହାନଗା ବ୍ଲକ ୨୦ ନମ୍ବର ଜିଲ୍ଲାପରିଷଦ ଜୋନ ସଦସ୍ୟ ଶିଶିର ଅଗସ୍ତି ଅତିଥି ଭାବରେ ମଞ୍ଚରେ ବସିଥିଲେ । ମଞ୍ଚରେ ବାହାନଗା ବ୍ଲକ ଶିକ୍ଷାକାରିଣୀ ସୋମାରାଣୀ ସେଠୀ ମଧ୍ୟ ବସିଥିଲେ । କେବଳ ବସି ନଥିଲେ ଭଲ କାମ କରୁଥିବା କହି ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ । ଅଭିଯୋଗ ହେଉଛି ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନକୁମାର ଦାସ ବିଭିନ୍ନ ସମୟରେ ବିଜେଡିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି ।

ପ୍ରଧାନଶିକ୍ଷକଙ୍କ ବୈଠକରେ ବିଜେଡି ଜିଲ୍ଲାପରିଷଦଙ୍କୁ ଡାକି ନିଜ ସପକ୍ଷରେ ଭୋଟ ଯିବାପାଇଁ ଏହା ଏକ ଷଡଯନ୍ତ୍ର । ଖାଲି ସେତିକି ନୁହଁ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଫଟୋ କୁ ସେୟାର କରିଛନ୍ତି ନିଜେ ପ୍ରଧାନଶିକ୍ଷକ । ଏ ନେଇ ସ୍ଥାନୀୟ ଅଞ୍ଚଳର ତପନ ଅଗସ୍ତି ନିର୍ବାଚନ ଆଚରଣ ବିଧି ଉଲଂଘନ କରାଯାଇଥିବା କହି ନିର୍ବାଚନ ଆୟୋଗଙ୍କ ସହ ବାଲେଶ୍ବର ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଅତିରିକ୍ତ ଶିକ୍ଷାଧିକାରା ଧରଣୀଧର ପାତ୍ର ବାହାନଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ