ବ୍ରହ୍ମଗିରିରେ ବିଜେପିର ଶକ୍ତି ପ୍ରଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ବିଗୁଲ୍ ବାଜିବା ପରେ ମଇଦାନ୍ ପ୍ରସ୍ତୁତ ଆଉ ଯୋଦ୍ଧା ବି ତୟାର। ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳି ଅଧୀନରେ ଆସୁଥିବା ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତରେ ବିଜେପିର ଶକ୍ତି ପ୍ରଦର୍ଶନ। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର ଓ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ବିଶାଲ୍ ରାଲି କରି ଜନତାଙ୍କ ଆର୍ଶୀବାଦ ନେଇଥିଲେ। ରାଜ୍ୟ ରାଜନୀତିରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳି ହୋଇଥିବାରୁ ୨୦୧୯ରେ ବିଜେପି ବିଜୟ ମୁକୁଟ ପିନ୍ଧିଥିଲା। ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସେଠାରୁ ନିର୍ବାଚିତ ପ୍ରତିନିଧି ହୋଇଥିବା ବେଳେ ଚଳିତ ନିର୍ବାଚନରେ ଉପାସନା ମହାପାତ୍ରଙ୍କ ଉପରେ ଦଳ ଭରସା କରିଛି।

ଆଜି ଏକ ଆର୍ଶୀବାଦ ଯାତ୍ରାରେ ଉପାସନା ଓ ସମ୍ବିତ ପାତ୍ର ସାମିଲ୍ ହୋଇ ଭୋଟ ଭିକ୍ଷା କରିଥିଲେ। ପ୍ରଥମ ନିର୍ବାଚନ ଲଢୁଥିବାରୁ ଜନତାଙ୍କ ଆର୍ଶୀବାଦ ଲୋଡିଛନ୍ତି ଉପାସନା। ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ଓ ନରେନ୍ଦ୍ର ମୋଦିଙ୍କୁ ପୁର୍ନବାର ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ କରାଯିବ ବୋଲି ଦୃଢୋକ୍ତିର ସହ ସମ୍ବିତ ପାତ୍ର କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ