Masthead

ବିକାଶ ନାହିଁ ତ ଭୋଟ ନାହିଁ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ବିକାଶ ନାହିଁ ତ ଭୋଟ ନାହିଁ । ପାଞ୍ଚ ବର୍ଷ ମଧ୍ୟରେ କୌଣସି ବିକାଶ କରି ପାରିଲ ନାହିଁ ଏବେ ଆସିଛ କେଉଁଥି ପାଇଁ । ଏପରି କିଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ନାଉଗାଁ ବ୍ଲକ ରୋହିଆ ପଞ୍ଚାୟତବାସୀ । ତେବେ ଗତ ସାଧାରଣ ନିର୍ବାଚନ ରେ ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିକୁ ଭୋଟ ଦେଉଥିଲୁ କିନ୍ତୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଦେଇଥିବା ପ୍ରତିଶ୍ରୁତି, ଯେପରି କି ଗ୍ରାମସ୍ମଶାନ, ରାସ୍ତା, ନିଜ ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନ, ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ପ୍ରଦାନ ଏପରି ଅନେକ ପ୍ରତିଶ୍ରୁତିକୁ ପୂରା କରିପାରି ନାହାନ୍ତି ବିଧାୟକ ଶ୍ରୀ ମୁଦୁଲି ।

ଯାହା ଫଳରେ ପଞ୍ଚାୟତର ବରିଷ୍ଠ ବ୍ୟକ୍ତିତ୍ୱ ଓ ଯୁବକମାନେ ଏକତ୍ରିତ ହୋଇ ଆଉ ବିଜୁ ଜନତା ଦଳର ବିଧାୟକ ପାର୍ଥୀ ଶ୍ରୀ ମୁଦୁଲିଙ୍କୁ ଭୋଟ ନଦେଇ ନିଜ ନିର୍ବାଚନମଣ୍ଡଳି ନୂତନ ଯୁବ ନେତୃତ୍ୱ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅମେନ୍ଦ୍ର ଦାସଙ୍କ ହାତ ମୁଠା ଟାଣ କରି ବିଧାୟକ ଭାବେ ତାଙ୍କୁ ନିର୍ବାଚିତ କରିବା ପାଇଁ ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ । ଅନ୍ୟପଟେ ଜଗତସିଂହପୁର ନିର୍ବାଚନମଣ୍ଡଳିରେ ଅମେନ୍ଦ୍ର ଦାସ ବିଜେପିରୁ ଦଳୟ ଟିକେଟ ପାଇବା ପରେ ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବା ସହିତ ବିଜେଡି ବିଧାୟକ ପାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଭାରି ପଡୁଥିବାର ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ