Masthead

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କାଶୀପୁର( ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକ କଂଗ୍ରେସ ଦଳ ପକ୍ଷରୁ ବିଡିଓଙ୍କ ଜରିଆରେ ୧୦ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। କଂଗ୍ରେସ ଦଳର ରାୟଗଡା ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ହୋଇଥିଲା ଏହି କାର୍ଯ୍ୟକ୍ରମ । ଚାଷୀ ଉତ୍ପାଦର ବାଣିଜ୍ୟ କାରବାର, କୃଷକ ଦର ପ୍ରତିଶ୍ରୃତି ରାଜିନାମା ଓ କୃଷି ସେବା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ବିଡିଓଙ୍କ ଅନୁପସ୍ଥିତରେ ମୁଖ୍ୟ କିରାଣୀ ବିପ୍ରଚରଣ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ ଦଳର ସଦସ୍ୟମାନେ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଏକତ୍ରିତ ହୋଇ ପ୍ରଥମେ ରାୟଗଡା ଜିଲ୍ଲା କଂଗ୍ରେସ ଦଳର ସାଧାରଣ ସମ୍ପାଦକ ସ୍ୱର୍ଗତ ରବି ସତ୍ୟନାରାୟଣ ଏବଂ କାଶୀପୁର ବ୍ଲକ କଂଗ୍ରେସ ଦଳର ପୂର୍ବତନ ସଭାପତି ସ୍ୱର୍ଗତ ପ୍ରହ୍ଲାଦ ପାତ୍ରଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରିଥିଲେ ।

ପରେ ଏକ ରାଲିରେ ବିଭିନ୍ନ ନାରା ଦେଇ ବ୍ଲକ୍ ଅଫିସକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ରାୟଗଡା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଆପଲ ସ୍ୱାମୀ କାଡ୍ରାକା, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ, ରାୟଗଡା କିଷାନ କଂଗ୍ରେସର ସଭାପତି ପି. ଦେବେନ୍ଦ୍ର ରାଓ, ସେବା ଦଳର ଜିଲ୍ଲା ସଭାପତି ଅନୀଲ ଜୈନ, ଅଙ୍ଗଦ ନାଏକଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି