Masthead

ହିମାଂଶୁଙ୍କ ସଭାକୁ ନେଇ ଚର୍ଚ୍ଚା, ଦ୍ୱନ୍ଦ୍ୱରେ ଭୋଟର

ଧର୍ମଶାଳା (ବଡ଼ ଖବର ବ୍ୟୁରୋ):ଧର୍ମଶାଳା ରାଜନୀତି ଏବେ ଧିରେ ଧିରେ ସରଗରମ ହେବାରେ ଲାଗିଛି। ତିନି ଦଳର ପ୍ରଚାର ପ୍ରସାର ଏବେ ଏବେ ବଢିବାରେ ଲାଗିଛି। ବିଜେପି ଟିକେଟ ପାଇ ଥିବା ସ୍ମୃତି ରେଖା ପହି ଗତ ୨୨ରେ କେବଳ ଗୋଟିଏ ସଧାରଣ ସଭାର ଆୟୋଜନ କରିଥିବା ବେଳେ ସ୍ଵାଧୀନ ଲଢେଇର ଘୋଷଣା କରିଥିବା ହିମାଂଶୁ ଶେଖର ସାହୁ ଚାରି ଚାରିଟି ସଭା କରି ସାରି ବିଜେପି ନେତୃତ୍ବକୁ ଖୋଲା ଆହ୍ବାନ ଦେଇଛନ୍ତି। ଏବେ ବି ସ୍ମୃତିଙ୍କ ଟିକେଟ କାଟି ତାଙ୍କୁ ଟିକେଟ ମିଳିବାର ଆଶା ଛାଡ଼ି ନାହାନ୍ତି ହିମାଂଶୁ। ଗତ ୨୬ରେ ହିମାଂଶୁଙ୍କ କୃଷ୍ଣପଡ଼ା ସଭାରେ ବିଜେପିର ଚିହ୍ନ ପଦ୍ମଫୁଲ ବ୍ୟାନର ପୋଷ୍ଟର କିମ୍ଵା ପତାକା ଦେଖିବାକୁ ମିଳି ନଥିବା ବେଳେ ଲୋକେ ହିମାଂଶୁଙ୍କୁ ଟିକେଟ ମିଳିବ ନାହିଁ ବୋଲି ଧରି ନେଇଥିଲେ।

ଦୁଇ ଦିନ ପରେ ୨୮ତାରିଖ ଜନ ଆଶୀର୍ବାଦ ସଭାରେ ପୁଣି ପଦ୍ମ ଫୁଲ ପତାକା ତଳେ ସଭା କରିଥିବାରୁ ଲୋକଙ୍କ ସନ୍ଦେହ ବଢ଼ୁଛି। ଏପରିକି ଟିକେଟ ଆଶା ଏବେ ବି ବଳବତ୍ତର ଥିବା ତାଙ୍କ ସମର୍ଥକ ମାନଙ୍କ ଠାରୁ ଶୁଣିବା ପରେ ଧର୍ମଶାଳାକୁ ନେଇ ରାଜ୍ୟ ବିଜେପି ଓ କେନ୍ଦ୍ର ନେତୃତ୍ବ କି ପ୍ରକାର ଗୋଟି ଚାଲନା କରୁଛନ୍ତି ତାକୁ ନେ଼ଇ ସନ୍ଦେହ ବଢ଼ି ଚାଲିଛି। ଗୋଟିଏ ପତାକା ତଳେ ବିଜେପି ନେତା ଓ ନେତ୍ରୀଙ୍କ ଭିନ୍ନ ଭିନ୍ନ ସଭା ଶୋଭାଯାତ୍ରା ଏବେ ବିଜେପି ସମର୍ଥକଙ୍କୁ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି। ଅପରପକ୍ଷେ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ଗତକାଲି ହିମାଂଶୁ ସ୍ଵାଧୀନ ଲଢ଼ିଲେ ଆପଣଙ୍କ ପାଇଁ କି ପ୍ରକାର ସମସ୍ୟା ହେବ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ସେ ଯେଉଁ ସଭା କରୁଛନ୍ତି ସେଥିରେ ବିଜେପି ଫୁଲ ଚିହ୍ନ ନଥିଲେ ମଧ୍ୟ ତାଙ୍କ ବ୍ୟାନରକୁ ଦେଖନ୍ତୁ ସେ କାହାକୁ ସମର୍ଥନ କରୁଛନ୍ତି।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାର ଧାରାରେ ଅଛନ୍ତି। ଦଳର କାମ କରୁଛନ୍ତି। ତେଣୁ ସେ ସ୍ଵାଧୀନ ପ୍ରାର୍ଥୀ ହେଲେ ତାଙ୍କ ପାଇଁ କିଛି ସମସ୍ୟା ହେବ ନାହିଁ। ଆଜି ମଧ୍ୟ ହିମାଂଶୁ କହିଛନ୍ତି ମୁଁ ବିଜେପି ବିଚାରଧାରା ଅଛି ଓ ରହିବି। ଏପରି ପରିସ୍ଥିତିରେ ଦଳ ହିମାଂଶୁଙ୍କୁ ନେଇ କି ପ୍ରକାର ପଦକ୍ଷେପ ନେବ ତା ଉପରେ ଏବେ ସମସ୍ତଙ୍କ ନଜର। ଦଳ ବିରୋଧି ଅକ୍ଷା ଦେଇ ଦଳରୁ ବହିଷ୍କାର କରିବ ନା ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ବଦଳାଇବ ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା