Masthead

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ); ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଡିଟେଡ ଭିଡ଼ିଓ ଭୁଲ ଢଙ୍ଗରେ ପୋଷ୍ଟ କରିଥିବା କାରଣରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ମେ’ ୧ରେ ରେଭନ୍ତ ରେଡ୍ଡୀଙ୍କୁ ତାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସମସ୍ତ ଇଲେକ୍ଟ୍ରୋନିକ ଗାଜେଟ୍ ସହିତ ଉପସ୍ଥିତ ହେବାକୁ ନୋଟିସ୍ ପଠାଇଛି ।

ଫେକ୍ ଭିଡିଓ ସେୟାର କରିଥିବା କିଛି କଂଗ୍ରେସ ନେତାଙ୍କ ସହ ଅନ୍ୟ ୫ ଜଣଙ୍କୁ ବି ଦିଲ୍ଲୀ ପୋଲିସ ପକ୍ଷରୁ ସମନ ପଠାଯାଇଛି । ଗୃହ ମନ୍ତ୍ରଣାଳୟ ଓ ବିଜେପି ପକ୍ଷରୁ ଅଭିଯୋଗ ପରେ ଏହି କାର୍ୟ୍ୟାନୁଷ୍ଠାନ ହୋଇଛି । ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲ୍ ଆଇପିସିର ବିଭିନ୍ନ ଧାରା ଓ ଆଇଟି ଆକ୍ଟର ପ୍ରାସଙ୍ଗିକ ପ୍ରାବଧାନ ଅନୁଯାୟୀ ଏଫଆଇଆର୍ ଦାଖଲ କରିଛି । ଅଭିଯୋଗ ହୋଇଛି କି କିଛି ଫେକ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯାହା ଦେଶରେ ଶାନ୍ତି ବ୍ୟବସ୍ଥାରେ ବାଧା ପହଞ୍ଚାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!